ସମ୍ବଲପୁରରେ ବନ୍ଦ ଘର ଭିତରୁ ମା’ଙ୍କ ସହ ପୁଅ ଓ ଝିଅଙ୍କର ମୃତଦେହ ଜବତ, ପୋଲିସ ର ତନାଘନା ଜାରି...

Dead body of Mother along with two children recovered from house

ଓଡ଼ିଆ ଗସିପ ବ୍ୟୁରୋ : ସମ୍ବଲପୁରରେ ଚାଞ୍ଚଲ୍ୟ । ବନ୍ଦ ଘରୁ ତିନିଜଣଙ୍କ ମୃତଦେହ ଠାବ କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କ ୪ବର୍ଷର ଝିଅ ଓ ୭ବର୍ଷର ପୁଅ ରହିଛନ୍ତି । ଗତ ୧୫ଦିନ ହେଲା ଘରଟି ବାହାରୁ ତାଲା ପଡି ବନ୍ଦ ରହିଥିଲା ।

ମୃତ ମହିଳାଙ୍କ ସ୍ବାମୀଙ୍କୁ ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ, ଛୋଟଛୋଟ ଦୁଇଟି ଶିଶୁଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର ତଦନ୍ତ କରୁଛି ଧନୁପାଲ୍ଲୀ ଥାନା ପୋଲିସ । ମୃତ ମହିଳାଙ୍କ ନାମ ସାଜିଆ ପରବୀନ ।

ମୃତକଙ୍କ ପଡୋଶୀଙ୍କ କହିବା ହେଲା ଦୀର୍ଘଦିନ ଧରି ଜଣେ ରଙ୍ଗମିସ୍ତ୍ରୀ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ । ହେଲେ କିଛି ଦିନ ହେଲା ସେ ଆଉ ଆସୁନଥିବାରୁ ଏହି ହତ୍ୟାକାଣ୍ଡ ପଛରେ ତାଙ୍କର ହାତ ଥିବା ସନ୍ଦେହ କରାଯାଉଛି ।

ଆହୁରି ପଢ଼ନ୍ତୁ : ଆଉ ମାତ୍ର ୨ ଦିନ, ଆରମ୍ଭ ହେବାକୁ ଯାଉଛି ବିଷ ଯୋଗ; ଅନ୍ତହୀନ ମୁସ୍କିଲର ସାମ୍ନା କରିବେ ଏହି ୩ ରାଶି

ଆହୁରି ପଢ଼ନ୍ତୁ : ଜବତ ହେଲା ୧୫ ହଜାର କୋଟି ଟଙ୍କାର ଡ୍ରଗ୍ସ , ଏମିତି ଥିଲା ନୌସେନା ଓ ଏନ୍‌ସିବି ଟିମ୍‌ ବଡ ଅପରେସନ

୧୫ଦିନ ତଳେ ହତ୍ୟାକାଣ୍ଡ ହୋଇଥିବାରୁ ତିନୋଟି ମୃତ ଦେହ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘରୁ ପଚା ଗନ୍ଧ ବାହାରୁଥିଲେ ମଧ୍ୟ, ତଳମହଲାରେ କୁକୁଡା ମାଂସ ଦୋକାନ ଥିବାରୁ, ଘରୁ ବାହାରୁଥିବା ଗନ୍ଧକୁ କିଏ ବାରି ପାରିନଥିଲେ ।

ହେଲେ ତଳ ମହଲାରେ ଥିବା ଦୋକାନୀ ଆଜି ପୋଲିସକୁ ଖବର ଦେବାପରେ ଧନୁପାଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ । ଆଜି ସଂଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବ ବୋଲି ସମ୍ବଲପୁର ସଦର ଏସଡିପିଓ କହିଛନ୍ତି ।

Share this story

World Odia Language Conferene