ଜବତ ହେଲା ୧୫ ହଜାର କୋଟି ଟଙ୍କାର ଡ୍ରଗ୍ସ , ଏମିତି ଥିଲା ନୌସେନା ଓ ଏନ୍‌ସିବି ଟିମ୍‌ ବଡ ଅପରେସନ

Drugs worth 15 thousands crore seized by Indian Navy

ଓଡ଼ିଆ ଗସିପ ବ୍ୟୁରୋ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଭାରତୀୟ ନୌସେନାକୁ ବଡ଼ ସଫଳତା ମିଳିଛି । ଉଭୟେ ‘ସମୁଦ୍ରଗୁପ୍ତ’ ଅଭିଯାନ ଚଳାଇ ଶନିବାର କୋଚି ଉପକୂଳରୁ ପ୍ରାୟ ୨୫୦୦ କେଜିର ଡ୍ରଗ୍ସ ଜବତ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଏହି ମେଥାଫେଟାମାଇନର ମୂଲ୍ୟ ପ୍ରାୟ ୧୫ ହଜାର କୋଟି ଟଙ୍କା ହେବ ।

ପ୍ରଥମ ଥର ପାଇଁ ଭାରତୀୟ ପ୍ରବର୍ତ୍ତନ ଏଜେନ୍ସିଗୁଡିକ ଏତେ ପରିମାଣର ମେଥାଫେଟାମାଇନ ଜବତ କରିଛନ୍ତି । ଏହି ମାମଲାରେ ଜଣେ ପାକିସ୍ତାନୀକୁ ଗିରଫ କରାଯାଇଛି । ଏକ ଡଙ୍ଗାକୁ ମଧ୍ୟ ଜବତ କରାଯାଇଛି । ତେବେ ଏହାକୁ ନେଇ ଯାଉଥିବା ବଡ଼ ଜାହାଜକୁ ଜବତ କରାଯାଇପାରି ନାହିଁ । କାରଣ ଏହା ସମୁଦ୍ରରେ ବୁଡି ଯାଇଛି ।

ଆହୁରି ପଢ଼ନ୍ତୁ : ହ୍ରଦରେ ବୁଡ଼ି ଚାଲିଗଲା ୫ ନାବାଳକଙ୍କ ଜୀବନ

ଶନିବାର କୋଚିରେ ସାମ୍ବାଦିକ ସମ୍ମିଳନୀ କରି ଏନ୍‌ସିବି ଅଧିକାରୀ କହିଛନ୍ତି ଯେ ଭାରତୀୟ ସାମୁଦ୍ରିକ ସୀମାରୁ ଏହି ଡ୍ରଗ୍ସ ଜବତ କରାଯାଇଛି । ପାକିସ୍ତାନରୁ ଏକ ବଡ଼ ଜାହାଜରେ ଏହି ଡ୍ରଗ୍ସ ଆସିଥିଲା । ଭାରତ, ଶ୍ରୀଲଙ୍କା ଏବଂ ମାଳଦ୍ବୀପରେ ଏହା ବିକ୍ରି ହେବାର ଥିଲା ।

ଉକ୍ତ ଜାହାଜ ନିଜ ଯାତ୍ରା ସମୟରେ ଅନେକ ଡଙ୍ଗାକୁ ଡ୍ରଗ୍ସ ଯୋଗାଇ ଆସୁଥିଲା । ପାକିସ୍ତାନ ଏବଂ ଇରାନ ନିକଟରେ ଥିବା ମାର୍କନ ଉପକୂଳରୁ ଏହା ଯାତ୍ରା ଆରମ୍ଭ କରିଥିଲା । ଏଥିରୁ ୧୩୪ ପ୍ୟାକେଟ ମେଥାପେଟାମାଇନ, ଏକ ବୋଟ ଏବଂ ଅନ୍ୟ କିଛି ସାମଗ୍ରୀ ଜବତ କରାଯାଇ କୋଚିର ମ୍ୟାଟନଚେରୀ ୱାର୍ଫକୁ ଅଣା ଯାଇଥିଲା । ପରେ ନୌସେନା ଏହାକୁ ଏନ୍‌ସିବିକୁ ହସ୍ତାନ୍ତର କରିଥିଲା ।

ଆହୁରି ପଢ଼ନ୍ତୁ : ଆଉ ମାତ୍ର ୨ ଦିନ, ଆରମ୍ଭ ହେବାକୁ ଯାଉଛି ବିଷ ଯୋଗ; ଅନ୍ତହୀନ ମୁସ୍କିଲର ସାମ୍ନା କରିବେ ଏହି ୩ ରାଶି

୧୩୪ ପ୍ୟାକେଟରେ ଉଚ୍ଚ ମାନର ମେଥାଫେଟାମାଇନ ଥିବା ଯାଞ୍ଚରୁ ଜଣାପଡିଛି । ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ କେତେ ପରିମାଣର ଡ୍ରଗ୍ସ ଜବତ ହୋଇଛି ତାହା ସାମ୍ନାକୁ ଆସିନାହିଁ । ତେବେ ଏହା ପ୍ରାୟ ୨୫୦୦ କେଜି ହେବ ବୋଲି କୁହାଯାଉଛି । ଏବେ ବି ‘ସମୁଦ୍ରଗୁପ୍ତ’ ଅଭିଯାନ ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି ।

ଭାରତୀୟ ସାମୁଦ୍ରିକ ସୀମା ଦେଇ ହେଉଥିବା ଡ୍ରଗ୍ସ ଚାଲାଣ ଉପରେ ରୋକ୍‌ ଲଗାଇବା ପାଇଁ ୨୦୨୨ ଜାନୁଆରୀରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଏ ପର୍ଯ୍ୟନ୍ତ ଏହି ଅଭିଯାନରେ ୩,୨୦୦ କେଜି ମେଥାଫେଟାମାଇନ, ୫୦୦ କେଜି ହେରୋଇନ ଏବଂ ୫୨୯ କେଜି ହସିସ ଜବତ କରାଗଲାଣି ।

Share this story

World Odia Language Conferene