୪ ଦିନ ପରେ ବି ବନ ବିଭାଗ ପାଖରେ ନାହିଁ ଦୁଇ ହାତୀଙ୍କ ମୃତ୍ୟ ଖବର, କାର୍ଯ୍ୟ ଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ

Dead bodies of 2 elephants will be dumped in satkoshia

ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀର ମୃତଦେହ ଠାବ

ଓଡ଼ିଆ ଗସିପ୍ ବ୍ୟୁରୋ: ସାତକୋଶିଆ ଅଭୟାରଣ୍ୟରେ ୨ଟି ହାତୀର ମୃତଦେହ ଠାବ ହୋଇଛି। ଜଗନ୍ନାଥପୁର ଗାଁ ନିକଟରେ ଏହି ଦୁଇ ହାତୀଙ୍କ ମୃତଦେହ ଦେଖିବାକୁ ମିଳିଛି। ବିଦ୍ୟୁତ ଆଘାତରେ ଉକ୍ତ ଦୁଇ ହାତୀଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ । ଖବର ପାଇ ସାତକୋଶିଆ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ହାତୀ ମଧ୍ୟରୁ ଗୋଟିଏ ଦାନ୍ତ ହାତୀ ଏବଂ ଅନ୍ୟଟି ମାଇ ହାତୀ ଅଟେ । 

ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...

ସୂଚନା ଅନୁଯାୟୀ, ଠାବ ହୋଇଥିବା ହାତୀର ମୃତଦେହ ଚାରିଦିନ ପୂର୍ବର ବୋଲି ଜଣାପଡ଼ିଛି। ହାତୀର ମୃତଦେହ ପଚି ଶଢି ଯାଇଛି। ୪ ଦିନ ପୂର୍ବରୁ ହାତୀଙ୍କ ମୃତ୍ୟୁ ଘଟିଥିଲେ ବି ହାତୀ ମରିଥିବା ଖବର ବନ ବିଭାଗ ପାଖରେ ନାହିଁ । ଯାହାକି ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share this story