ଫୋନରେ କଥା ହେବାକୁ ମନା କରିବା ହେଲା କାଳ, ଜନ୍ମକଲା ଝିଅର ଆକ୍ରମଣରେ ବାପା ମାଆ ଗୁରୁତର
 

Daughter attack her own parent in balasore odisha
ବାପା ମାଆଙ୍କୁ ପନିକି ଚୋଟ 
 

ଓଡ଼ିଆ ଗସିପ୍ ବ୍ୟୁରୋ:  ଜନ୍ମକଲା ଝିଅ ଭୁଲିଗଲା ରକ୍ତର ସମ୍ପର୍କ। ରାଗରେ ଉତକ୍ଷିପ୍ତ ହୋଇ ବାପାମାଆଙ୍କୁ ପନିକିରେ ଆକ୍ରମଣ କରିଛି ନିଜ ଜନ୍ମକଲା ଝିଅ। ଏଭଳି ଛାତି ଥରା ଘଟଣା ଘଟିଛି ସୋର ଥାନା ସରସଙ୍ଖ ପଞ୍ଚାୟତ ଅନ୍ତର୍ଗତ ହାତିଗଡ଼ିଆ ଗ୍ରାମରେ। ଫଳରେ ଉଭୟ ବାପାମାଆ ଗୁରୁତର ଭାବେ ଆହତ ହୋଇଛନ୍ତି। ଝିଅର ଆକ୍ରମଣରେ ଗୁରୁତର ହୋଇ ବାପାମାଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଅଧିକ ପଢନ୍ତୁ :ମକର ରାଶିରେ ସୂର୍ଯ୍ୟଙ୍କ ଚଳନ, ୧୫ରୁ ବଦଳିବ ଏହି ୪ ରାଶିର ଭାଗ୍ୟ, ହେବ ଧନର ବର୍ଷା !

ସୂଚନା ଅନୁସାରେ, ଆହତ ବାପା ରଞ୍ଜିତ ସିଂଙ୍କ ଝିଅ କୁନି ସିଂ ବିବାହ ପରେ କୌଣସି କାରଣରୁ ୨ ବର୍ଷ ହେଲା ବାପଘରେ ରହିଆସୁଥିଲେ ।ଝିଅ ମୋବାଇଲରେ ଲଗାତାର କଥା ହେଉଥିବାରୁ ବିରକ୍ତି ପ୍ରକାଶ କରିଥିଲେ ମାଆ। । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଥମେ ମାଆଙ୍କୁ ପନିକିରେ ଆକ୍ରମଣ କରିଥିଲେ ଝିଅ କୁନି ।  ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ରଞ୍ଜିତ ମଧ୍ୟ ଝିଅ ଆକ୍ରୋଶର ଶିକାର ହୋଇଥିଲେ । 

ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ଦେହ ଅସୁସ୍ଥ ରହିବା ସହ ଆୟ ତୁଳନାରେ ବ୍ୟୟ ଅଧିକ ହେବ, ପଢନ୍ତୁ ଆଜିର ରାଶିଫଳ  

ଝିଅର ଆକ୍ରମଣରେ ରଞ୍ଜିତଙ୍କ ପେଟ ଓ ହାତରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଝିଅକୁ ଅଟକ ରଖି ପୁଲିସ ତଦନ୍ତ କରୁଛି ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

Share this story