ଆସୁଛି ଦୁର୍ଗା ପୂଜା, ଆସୁଛି ବଡ ବର୍ଷା, ପୂଜାରେ ପଶିବ ପାଣି, ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା
ଓଡ଼ିଆ ଗସିପ୍ ବ୍ୟୁରୋ: ଆସୁଛି ବଡ ବର୍ଷା । ଆସୁଛି ଦୁର୍ଗା ପୂଜା । କିନ୍ତୁ ଏହା ପୂର୍ବରୁ ଆସିଛି ବଡ ଖବର । ଆରବସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଆସନ୍ତା ଅକ୍ଟୋବର ୨୦ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରିଥିଲା ପାଣିପାଗ ବିଭାଗ ।
ପୂଜାରେ ବର୍ଷା ସାଜିପାରେ ବାଧକ। ବର୍ଷାରେ ଭିଜିପାରେ ପାର୍ବଣର ଉତ୍ସାହ । ଦଶହରା ପୂର୍ବରୁ ଏକ ଲଘୁଚାପ ଘନୀଭୂତ ହୋଇପାରେ । ଯାହା ଫଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । କିନ୍ତୁ ଲଘୁଚାପର ଗିତିବିଧି ଉପରେ ଏହା ସମ୍ପୂର୍ଣ୍ଣଭାବେ ନିର୍ଭର କରୁଛି । ୨୪ ଘଣ୍ଟାରେ ୱେଲମାର୍କ ସୁଦୃଶ୍ୟ ଲଘୁଚାପ ସମ୍ଭାବନା ।
ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ
କିନ୍ତୁ ଏ ନେଇ ବର୍ତ୍ତମାନ କୌଣସି ସୂଚନା ଦେଇନାହିଁ ପାଣିପାଗ ବିଭାଗ । ସମ୍ଭାବ୍ୟ ଲଘୁଚାପ ମିଆଁମାର ଆଡକୁ ଯାଇପାରେ । କିନ୍ତୁ ଦିଗ ପରିବର୍ତ୍ତନ ବି କରିପାରେ । ଏହା ହେଲେ ପଶ୍ଚିମବଙ୍ଗ ଏବଂ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ଅଧିକ ଅପଡେଟ୍ ଦିଆଯିବ। ପୂଜାକୁ ଆହୁରି କିଛି ଦିନ ସମୟ ଥିବାରୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପରବର୍ତ୍ତୀ ସମୟରେ ପାଣିପାଗ ବିଭାଗ ବିସ୍ତୃତ ସୂଚନା ଦେବ।
ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ
୨୧ ତାରିଖ ସକାଳ ସୁଦ୍ଧା ନେବ ଲଘୁଚାପର ରୂପ। ପରବର୍ତ୍ତୀ ୪୭ ଘଣ୍ଟାରେ ଅବପାତରେ ପରିଣତ ହେବ। ପ୍ରଭାବରେ ୨୩ ତାରିଖରୁ ଓଡିଶାରେ ବର୍ଷା ସମ୍ଭାବନା। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ ଏବଂ ଗଜପତିରେ ବର୍ଷିବ।
୨୪ ରେ ବଢିବ ବର୍ଷାର ପରିମାଣ। ୨୫ ତାରିଖରେ ଉପକୂଳ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା। ସଲଗ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ। ୨୩ ତାରିଖରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ। ଝଟକା ପବନ ଘଣ୍ଟାପ୍ରତି ୭୦ କିମି ଯାଇପାରେ। ଅଶାନ୍ତ ରହିବ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ।
ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!