ଦାନା ବାନ୍ଧୁଛି ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ! ୮ ତାରିଖ ସୁଦ୍ଧା ଉପକୂଳ ଛୁଇଁବା ସମ୍ଭାବନା

cyclone to forecast in bay of bengal

ଓଡ଼ିଆ ଗସିପ ବ୍ୟୁରୋ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା ।  ବାତ୍ୟା ସମ୍ଭାବନା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟ୍ୱିଟ୍‌ କରି ସୂଚନା ଦେଇଛି ।

ଦାନା ବାନ୍ଧୁଛି ଆଉ ଏକ ବାତ୍ୟା ! ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ କ୍ରମଶଃ ଏହା ଘନୀଭୂତ ହୋଇ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନ ରହିଛି । ଡିସେମ୍ବର ୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ଘନୀଭୂତ ହୋଇପାରେ ।

ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଡିସେମ୍ବର ୬ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଉପକୂଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟାର ରୂପ ନେଇ ୮ ତାରିଖ ସୁଦ୍ଧା ଉପକୂଳ ଛୁଇଁବା ସମ୍ଭାବନା ରହିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବଙ୍ଗୋପସାଗରରେ ଭୂମିକମ୍ପ, ସୁନାମି (Tsunami) ଢେଉ ମାଡି ଆସିବା ନେଇ ଆସିଲା ଏହି ବଡ ଖବର, ଓଡ଼ିଶାରେ ରହିଛି କି ବିପଦ...

ଏହା ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ମଧ୍ୟରେ ଉପକୂଳ ଛୁଇଁପାରେ । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି ।

ଏହାର ପ୍ରଭାବରେ ତାମିଲନାଡୁର ୭ ଜିଲ୍ଲା, ପୁଡୁଚେରୀ, କରାଇକାଲ ଓ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶରେ ଡିସେମ୍ବର ୭ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ । ଏହାର ପରଦିନ ମଧ୍ୟ ବର୍ଷା ଲାଗି ରହିବ ।

ସେହିପରି ଡିସେମ୍ବର ୪ରୁ ୬ ତାରିଖ ଯାଏ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଡିସେମ୍ବର ୮ ଯାଏ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନଯିବା ପାଇଁ ପାଣିପାଗ ବିଭାଗ ମତ୍ସଜୀବୀଙ୍କୁ ପରାମର୍ଶ ଦେଇଛି । 

Share this story