ବଙ୍ଗୋପସାଗରରେ ଭୂମିକମ୍ପ, ସୁନାମି (Tsunami) ଢେଉ ମାଡି ଆସିବା ନେଇ ଆସିଲା ଏହି ବଡ ଖବର, ଓଡ଼ିଶାରେ ରହିଛି କି ବିପଦ...

Earthquake struck Bay of Bengal will Odisha affected by Tsunami

ଓଡ଼ିଆ ଗସିପ ବ୍ୟୁରୋ: ଓଡିଶା ଉପକୂଳ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ବଙ୍ଗୋପସାଗର ମଧ୍ୟରେ ୫.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ (NCS) ପକ୍ଷରୁ ସୂଚନା ଦିଆଯାଇଛି ।

ଭୂମିକମ୍ପର ଦୂରତ୍ବ ଓ ଦିଗ ବିଷୟରେ ସୂଚନା ଦେଇ ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ଲେଖିଛି: ପଶ୍ଚିମବଙ୍ଗର ହଳଦିଆର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୩୭୦ କିଲୋମିଟର୍‌, କୋଲ୍‌କାତାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୪୦୯ କିଲୋମିଟର୍‌, ଓଡ଼ିଶାର ପୁରୀର ପୂର୍ବକୁ ୪୨୧ କିଲୋମିଟର୍‌ ପୂର୍ବ-ଦକ୍ଷିଣପୂର୍ବ ଏବଂ ତ୍ରିପୁରାର ବେଲୋନିଆର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୮୯ କିଲୋମିଟର୍‌ ଦୂରବର୍ତ୍ତୀ ବଙ୍ଗୋପସାଗର ମଧ୍ୟରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଗଠିତ ହୋଇଛି।

ଆଜି ସକାଳ ୯.୦୨ରେ ବାଂଲାଦେଶର ରାଜଧାନୀ ଢାକା, ଚଟଗ୍ରାମ ଓ ଅନ୍ୟ କେତେକ ପ୍ରାନ୍ତରେ ୫.୨ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି। କିନ୍ତୁ, ଏଥିରେ କୌଣିସ କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନାହିଁ ।

ତେବେ ଭୂକମ୍ପ ଯୋଗୁଁ ବଡ଼ ବନ୍ୟା ପରିସ୍ଥିତି ସମ୍ପର୍କରେ ଖବର ଆସି ନାହିଁ । ଉପକୂଳବର୍ତ୍ତୀ ଅଞ୍ଚଳରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂତ୍ରରୁ ପ୍ରକାଶ । ଏହି ଭୂକମ୍ପରେ ସୁନାମି ହୋଇପାରେ କି ନାହିଁ ଏନେଇ NCS ଏପର୍ଯ୍ୟନ୍ତ କିଛି କହିନାହିଁ । ତେଣୁ ସତର୍କ ରୁହନ୍ତୁ ଏବଂ ବିଭିନ୍ନ ନ୍ୟୁଜ ଚ୍ୟାନେଲ ଦେଖି ଅପଡେଟ ରୁହନ୍ତୁ ।

Share this story