ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ, ୧୭ଟି ପ୍ଲଟ୍, ୫ଟି କୋଠା ଓ ଗୋଟିଏ ଫ୍ଲାଟ୍ ସହ... 
 

Crorepati JE Prasanna Kumar Pani under Vigilance scanner
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଉ ଜଣେ ସରକାରୀ ବାବୁ । ପାଲଲହଡ଼ା ବିଇଓ ଅଫିସର ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣିଙ୍କ ବିଭିନ୍ନ ଠିକଣାରେ ଆଜି ସକାଳୁ ଏକକାଳୀନ ଚଢ଼ଉ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। 

। ପ୍ରସନ୍ନ କୁମାର ପାଣିଙ୍କ ଘର ଓ କାର୍ୟ୍ୟାଳୟ ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ କରୁଛି ଭିଜିଲାନ୍ସ। ଭୁବନେଶ୍ୱରର ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ୬ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ରେଡ କରୁଛନ୍ତି । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ ଯନ୍ତ୍ରୀ ଥିବା ପ୍ରସନ୍ନଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି । ମୂଲ୍ୟବାନ ଅଳଙ୍କାର ସହ ଜରୁରୀ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

ଭିଜିଲାନ୍ସ ତାଙ୍କ ଘରୁ ନଗଦ ୩.୨୧ ଲକ୍ଷ ଟଙ୍କା, ୫୧ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଡିପୋଜିଟ୍ ଏବଂ ବୀମା ଜମା ଠାବ କରିଛି। ଏହାଛଡ଼ା ଗୋଟିଏ ସ୍ବିଫ୍ଟ ଡିଜାୟାର୍ କାର୍ ଏବଂ ୩ଟି ଦୁଇଟି ଚକିଆ ଗାଡ଼ି ଠାବ କରିଛି। ଏଣେ ପ୍ରସନ୍ନ କୁମାର ପାଣିଙ୍କର କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୭ଟି ପ୍ଲଟ୍ ଥିବା ବି ଜାଣିବାକୁ ପାଇଛି ଭିଜିଲାନ୍ସ। ଏହାର କାଗଜପତ୍ର ପାଇଛି ଭିଜିଲାନ୍ସ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ଭୁବନେଶ୍ୱର ସୁନ୍ଦରପଦା ସ୍ଥିତ ତ୍ରିଲୋଚନ ବିହାରରେ ଦୁଇଟି ତିନି ମହଲା କୋଠା, ସୁନ୍ଦରପଦା ଫ୍ରେଣ୍ଡସ କ୍ଲବ ନିକଟରେ ଗୋଟିଏ ୩ ମହଲା କୋଠା ଠାବ କରିଛି ଭିଜିଲାନ୍ସ । ଏହାଛଡା ହାଇଟେକ ପ୍ଲାଜାରେ ଗୋଟିଏ ଫ୍ଲାଟ, ପୁରୀ ଜିଲ୍ଲା ନିମାପଡା ନିକଟ ଅମଲାପଡାରେ ଗୋଟିଏ ୩ ମହଲା କୋଠା ଠାବ ହୋଇଛି । 

ଅନ୍ୟପଟେ ଅନୁଗୁଳ ଜିଲ୍ଲା ପାଲଲହଡା କେନାଲ ରୋଡର ଭଡା ଘର, ସୁନ୍ଦରପଦାରେ ଥିବା ସମ୍ପର୍କୀୟଙ୍କ ଘରେ ଚଢାଉ ଚାଲିଛି । ବର୍ତ୍ତମାନ ସୁଦ୍ଧା ପ୍ରସନ୍ନ ପାଣିଙ୍କ ବାସଭବନରୁ କୋଟିଏରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଠାବ ହୋଇଥିବା ସୂଚନା ମିଳିଛି । ରେଡ୍‌ ବର୍ତ୍ତମାନ ସୁଦ୍ଧା ସରିନଥିବା କାରଣରୁ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

Share this story