ପୁଣି ମାତିଲା ମଣିଷଖିଆ କୁମ୍ଭୀର, ଆଖି ପିଛୁଳାରେ ମଇଁଷି ଚରାଳିଙ୍କୁ ଟାଣି ନେଇଗଲା ନଈ ଭିତରକୁ

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ତ୍ତମାନ ରାଜ୍ୟରେ କୁମ୍ଭୀର ଆତଙ୍କ ଖେଳିଯାଇଛି । କିଛି ଦିନ ତଳେ ପୁଣି ଜଣେ ମହିଳାଙ୍କୁ ଟାଣି ନେଇଥିଲା କୁମ୍ଭୀର । ନଦୀରେ ଲୁଗାପଟା ସଫା କରୁଥିବା ସମୟରେ କୁମ୍ଭୀର ଆସି ଟାଣିନେଇଥିଲା । ଏଭଳି ଅଭାବନୀୟ ଘଟଣା ଘଟି ଥିଲା ଯାଜପୁର ବରୀ ବ୍ଳକ ଅମଠପୁର ଦେଇ ପ୍ରବାହିତ ବିରୂପା ନଦୀରେ । ମୃତ ମହିଳା ହେଲେ ଅମଠପୁର ପଞ୍ଚାୟତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋତ୍ସ୍ନା ବୋଲି ଜଣା ପଡିଥିଲା । ହେଲେ ଏବେ ପୁଣି ଆଉ ଏକ ଘଟଣା ଏବେ ରାଜନଗର ବ୍ଲକ ରାଜପୁର ଗାଁର ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ନଦୀ କୂଳରେ ଛପିଥିଲା ମଣିଷଖିଆ କୁମ୍ଭୀର। ଆଉ ବ୍ରାହ୍ମଣୀ କୂଳରେ ମଇଁଷି ଚରାଉ ଥିବାବେଳେ ଜଣେ ମଇଁଷି ଚରାଳିଙ୍କୁ ଟାଣି ନେଲା । ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...
ମଇଁଷି ଚରାଳି ଜଣଙ୍କ ହେଲେ ଭାସ୍କର ରାଉତ । ତାଙ୍କ ବୟସ ୫୦ ବର୍ଷ । ଆଜି ସକାଳେ ଭାସ୍କର ମଇଁଷି ଚରାଇବା ପାଇଁ ଯାଇ ବ୍ରାହ୍ମଣୀ ନଦୀ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ଏକ କୁମ୍ଭୀର ଆସି ଭାସ୍କରଙ୍କୁ ଟାଣି ନେଇଥିଲା । ପ୍ରତ୍ୟେକ୍ଷଦର୍ଶୀ ତାଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ । ହେଲେ ସେତେବେଳକୁ କୁମ୍ଭୀରଟି ଭାସ୍କରଙ୍କୁ ନଈ ଭିତରକୁ ଟାଣି ନେଇଥିଲା। ଏନେଇ ତୁରନ୍ତ ସ୍ଥାନୀୟ ଲୋକେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଧିକ ପଢ଼ନ୍ତୁ: ୨୪ ଘଣ୍ଟାରେ ପୂରଣ ହେଲା 5T ସଚିବ ଭିକେ ପାଣ୍ଡିଆନଙ୍କ ପ୍ରତିଶୃତି, ଦୁଇ ଶଯ୍ୟାଶାୟୀ ରୋଗୀଙ୍କୁ ମିଳିଲା ସହାୟତା ରାଶି
ସୂଚନାଯୋଗ୍ୟ ଗତକାଲି ରାଜନଗର ବ୍ଲକ ଖଣ୍ଡମାରା ପେଣ୍ଠ ମୁଖ୍ୟରାସ୍ତାରେ ଏକ ବିରାଟକାୟ କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ଗତ କିଛିଦିନ ହେବ ରାଜନଗର ଅଞ୍ଚଳରେ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଦୁଇମାସ ଭିତରେ ୫ ଜଣଙ୍କୁ କୁମ୍ଭୀର ମାରିଦେଇଥିବା ଦେଖିବାକୁ ମିଳିଛି ।