ବିଦ୍ୟୁତ ତାରରେ ଜୀବନ ହାରିଲେ ଦମ୍ପତି, ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର
 

Couple found dead inside the closed house in Balasore of Odisha
ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଓଡ଼ିଆ ଗସିପ୍ ବ୍ୟୁରୋ:  ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ପାର୍ବତୀପୁର ଗ୍ରାମରେ ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁଇ ଜଣଙ୍କର ମୃତ୍ୟୁ ବିଦ୍ୟୁତ ଆଘାତରେ ଘଟିଥିବା ସୂଚନା । ଉଭୟଙ୍କ ବେକ ବିଦ୍ୟୁତ ତାରରେ ଗୁଡାଇ ହୋଇଥିବାର ଦେଖିବାକୁ ମିଳିଥିଲା। 

ସେମାନଙ୍କୁ ସ୍ପର୍ଶ କଲେ ବିଦ୍ୟୁତ ଚାର୍ଜ ଥିବା ଜାଣାପଡ଼ିଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ମୃତକ ହେଲେ ମେନା ମହାକୁଡଙ୍କ ପୁଅ ମନୋଜ ମହାକୁଡ(୩୨) ଏବଂ ବୋହୂ ସସ୍ମିତା ମହାକୁଡ (୨୮)।

ଅଧିକ ପଢନ୍ତୁ : ମାରାତ୍ମକ ରୋଗ ଲୋ’ ବ୍ଲଡପ୍ରେସର ରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...

ସୂଚନା ଅନୁଯାୟୀ, ମନୋଜ ଓ ସସ୍ମିତା ଖାଇସାରିବା ପରେ ଘରେ ଶୋଇଥିଲେ । ଅପରାହ୍ନରେ ସସ୍ମିତାଙ୍କ ଭଉଣୀ ଓ ଭିଣୋଇ ଆସି ପହଞ୍ଚିବା ପରେ ଘର କବାଟ ବାଡେଇ ଡାକିଥିଲେ। ମାତ୍ର କବାଟ ନ ଖୋଲିବାରୁ ସନ୍ଦେହ କରି ପରିବାର ଲୋକ କବାଟକୁ ତାଡିଥିଲେ। କବାଟ ଖୋଲିବାରୁ ବିଦ୍ୟୁତ ତାରରେ ଦୁଇ ଜଣଙ୍କ ବେକ ଗୁଡ଼େଇ ହୋଇଥିବାର ଦେଖିବାକୁ ପାଇଥିଲେ। 

ସେମାନଙ୍କୁ ସ୍ପର୍ଶ କରିବାରୁ ବିଦ୍ୟୁତ ଚାର୍ଜ ଥିବା ଜାଣିବାକୁ ପାଇଥିଲେ। ଦୁଇ ଜଣ ବିଦ୍ୟୁତ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ। ଖବର ପାଇ ସିମୁଳିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ : ଅତ୍ୟଧିକ ଖର୍ଚ୍ଚ କରି ଆର୍ଥିକ ସମସ୍ୟାରେ ପଡ଼ିବା ସହ ଏହି ରାଶି ଲୋକ ପାରିବାରିକ ସମସ୍ୟାର ଛନ୍ଦି ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ 
 

Share this story