ବାହାନଗା ଟ୍ରେନ୍ ଦୁର୍ଘଟଣା : ଶବକୁ ଅଧିକ ଦିନ ରଖିବାକୁ ଏମ୍‌ସକୁ ଆସୁଛି ୫ କଣ୍ଟେନର

container brought to keep deceased body in train accident case

ଓଡ଼ିଆ ଗସିପ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପକ୍ରିୟା ଏଯାଏଁ ଶେଷ ହୋଇନାହିଁ । ୨୭୫ ମୃତକଙ୍କ ମଧ୍ୟରୁ ୧୭୦ ଜଣଙ୍କ ମୃତଦେହ ଏଯାଏ ଚିହ୍ନଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ସେ କହିଛନ୍ତି, ଚୂଡାନ୍ତ ମୃତ୍ୟୁ ସଂଖ୍ୟା ୨୭୫ । ବର୍ତ୍ତମାନ ସୁଦ୍ଧା ୧୭୦ଟି ମୃତ ଶରୀରର ପରିଚୟ ମିଳି ସାରିଛି । ମୃତ ଶରୀର ନେବାକୁ ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ରାଜ୍ୟ ସରକାରଙ୍କ ଖର୍ଚ୍ଚ ଓ ସହଯୋଗରେ ମୃତ ଶରୀରର ପଠା ଯାଉଛି ।

ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଶବକୁ ଅଧିକ ଦିନ ସଂରକ୍ଷଣ ନେଇ ଚିନ୍ତା ବଢିଛି । ଏମ୍‌ସରେ ସ୍ଥାନ ଅଭାବ ଦେଖାଦେଇଥିବାରୁ ମୃତଦେହ ସଂରକ୍ଷଣ ପାଇଁ କଣ୍ଟେନର ମଗାଇଛି ଭୁବନେଶ୍ୱର ଏମ୍‌ସ । ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ଏନେଇ ଆଜି ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ପୁଣି ଓଡ଼ିଶାରେ ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍‌, କାରଣ ଅସ୍ପଷ୍ଟ...

ସେ କହିଛନ୍ତି, ଏବେ ଏମ୍‌ସରେ ଆହୁରି ୮୦ଟି ମୃତଦେହ ରହିଛି । ସେଗୁଡ଼ିକୁ ସଂରକ୍ଷଣ ପାଇଁ ଏଠାରେ ଡିପ୍‌ଫ୍ରିଜ୍‌ ଅଭାବ ରହିଛି । ତେଣୁ ଶବ ସଂରକ୍ଷଣ ପାଇଁ ପାରାଦୀପରୁ ୫ଟି କଣ୍ଟେନର ଆଣାଯାଇଛି । ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି ରେଳ ଦୁର୍ଘଟଣା ପରେ ବାଲେଶ୍ୱରରୁ ଭୁବନେଶ୍ୱର ଏମ୍‌ସକୁ ୧୨୩ ମୃତଦେହ ଆସିଥିଲା ।

୪୩ ମୃତଦେହକୁ ସେମାନଙ୍କ ସମ୍ପର୍କିୟଙ୍କୁ ଚିହ୍ନଟ କରିବା ପରେ ହସ୍ତାନ୍ତର କରାଯାଇଛି । ଏବେ ପ୍ରାୟ ୮୦ ମୃତଦେହ ରହିଛି । ୧୬ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଚାଲିଛି । ଏହା ଶୀଘ୍ର ସରିବ ଓ ପରିଜନଙ୍କୁ ହସ୍ତାନ୍ତର କରାଯିବ । କୌଣସି ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଉପୁଜିଲେ ମୃତଦେହର ଡିଏନ୍‌ଏ ଟେଷ୍ଟ କରାଯିବ । ବାହାର ରାଜ୍ୟର ବିଶେଷଜ୍ଞମାନେ ଏଥିନିମନ୍ତେ ଏଠାରେ ପହଞ୍ଚିଛନ୍ତି ।

ଅଧିକ ପଢ଼ନ୍ତୁ : ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନବେଳେ ଅଘଟଣ ପରେ ଅଘଟଣ

ଏତେ ପରିମାଣର ମୃତଦେହ ସଂରକ୍ଷିତ ରଖିବାର ବ୍ୟବସ୍ଥା ନ ଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶରେ ଜରୁରୀକାଳୀନ ଭିତ୍ତିରେ ପାରାଦୀପରୁ ୫ଟି କଣ୍ଟେନର ମଗାଯାଇଛି । ଣ୍ଟେନରରେ ଦୁଇମାସ ପର୍ଯ୍ୟନ୍ତ ମୃତଦେହ ସଂରକ୍ଷିତ ରଖାଯାଇପାରିବ । ଯେହେତୁ ଏମ୍‌ସରେ ଥିବା ଡିପିଫ୍ରିଜ୍ ଓ କୋଲ୍ଡ ଷ୍ଟୋରେଜ୍‌ରେ ବହୁଦିନ ମୃତଦେହ ରଖିବା ସମ୍ଭବ ନୁହେଁ ତେଣୁ ଏହି ଜରୁରୀ ପଦକ୍ଷେପ ନିଆଯାଇଛି ।

ସେପଟେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ମୃତ ଦେହକୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଦୁର୍ଘଟଣାରେ ଶରୀର ଅଧିକ କ୍ଷତିଗ୍ରସ୍ତ ହୋଇଯାଇଥିବାରୁ ମୃତ ଶରୀରକୁ ଚିହ୍ନିବା କଷ୍ଟସାଧ୍ୟ ହେଉଛି । ମୃତଦେହ ଚିହ୍ନଟ ହେବା ପରେ ହସ୍ତାନ୍ତର ପ୍ରକ୍ରିୟା ଚାଲିଛି । ଘରେ ମୃତଦେହକୁ ପହଞ୍ଚାଇବା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଖର୍ଚ୍ଚ ବହନ କରାଯାଉଛି ।

Share this story