ଓଡିଶାରେ ସ୍ଥାପନ ହେବ ଷ୍ଟିଲ ପ୍ଲାଣ୍ଟ, ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାରେ ଶିଳ୍ପାୟନର ନୂଆ ଅଧ୍ଯାୟ। ପାରାଦୀପରେ ୩ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ କାରଖାନା, ରିନ୍ୟୁ ଇ-ଫୁଏଲ ଗ୍ରୀନ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆ ଅତ୍ୟାଧିୁନିକ ରାସାୟିନିକ କାରଖାନାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢନ୍ତୁ :ସମାନ ଗୋତ୍ରରେ ବିବାହ କଲେ କି ସମସ୍ୟା ଭୋଗିବେ? ଜାଣନ୍ତୁ ବିଜ୍ଞାନରେ ରହିଛି ଏହାର ଉତ୍ତର
ଜେଏସଡବ୍ଲ୍ୟ ଉତ୍କଳ ଷ୍ଟିଲ ପ୍ଲାଣ୍ଟରେ ୬୫ ହଜାର କୋଟିର ପୁଞ୍ଜି ନିବେଶ କରିଛି । ଏହାଦ୍ୱାରା ଆଗାମୀ ଦିନରେ ୩୦ ହଜାର ଯୁବବର୍ଗଙ୍କୁ କର୍ମନିଯୁକ୍ତି ମିିିଳିବ । ବାର୍ଷିକ ୧୩.୨ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ ପ୍ରକଳ୍ପ ସହିତ ୫୨ ମିଲିୟନ ମେଟ୍ରିକ ଟନ ବିଶିଷ୍ଟ ନିଜସ୍ବ ଜେଟିର ଭୂମିପୂଜନ ଓ ଭିତ୍ତିପ୍ରସ୍ତରର ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଅଧିକ ପଢନ୍ତୁ :ଏହି ରାଶି ଲୋକଙ୍କ ମନ ଅସ୍ଥିର ରହିବା ସହ ପରିବାରରେ ବିବାଦ ଦେଖାଦେବ! ପଢନ୍ତୁ ଆଜିର ରାଶିଫଳ
ସେହିପରି ରିନ୍ଯୁ ଇ-ଫୁଏଲ ଗ୍ରୀନ ଆମୋନିଆ ପ୍ଲାଣ୍ଟ ପାଇଁ ୨୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିଛି । ଏହା ୪ହଜାର ରୋଜଗାର ସୃଷ୍ଟି କରିିବ । ଏହାସହ ଆଉ ଏକ କମ୍ପାନୀ ସିଲକ୍ସ ଇଣ୍ଡିିଆ ଅତ୍ୟାଧିୁନିକ ରାସାୟନିକ କାରଖାନା ପାଇଁ ୫୦୦ କୋଟିର ପୁଞ୍ଜି ନିବେଶ କରିଛି । ଏହାଦ୍ୱାରା ୮୧୦ ଜଣଙ୍କୁ କର୍ମନିଯୁକ୍ତି ମିିଳିବ । ଶିଳ୍ପାୟନ ଦ୍ୱାରା ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇଦେବାକୁ ଲକ୍ଷ୍ୟ ରଖି ନୂତନ ଶିଳ୍ପ ପ୍ରତିଷ୍ଠା କରାଯାଉଥିବା କହିଛନ୍ତି ରାଜ୍ୟ ସରକାର ।
ଅଧିକ ପଢନ୍ତୁ :କନ୍ୟା ରାଶିରେ ବର୍ଷେ ରହିବେ କେତୁ ଫଳରେ ଏହି ୩ ରାଶି ହେବେ ମାଲାମାଲ
ଆଜିର ଏହି ସବୁ ପ୍ରକଳ୍ପ ଲାଗି ମୁଖ୍ଯମନ୍ତ୍ରୀ କମ୍ପାନୀଗୁଡିକୁ ଧନ୍ଯବାଦ ଜଣାଇଛନ୍ତି । ନିରନ୍ତର ସହାୟତା ଓ ସହଯୋଗ ଲାଗି ଜେଏସଡବ୍ଲ୍ୟୁ ଅଧ୍ଯକ୍ଷ ସଜ୍ଜନ ଜିନ୍ଦଲଙ୍କୁ ସ୍ବତନ୍ତ୍ର ଧନ୍ଯବାଦ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ଜଣେ ଭଲ ସହଯୋଗୀ ଭାବେ ଜେଏସଡବ୍ଲ୍ୟୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ଯକୁ ଦେଶରେ ଏକ ଇଣ୍ଡଷ୍ଟ୍ରିଆଲ ପାୱାରହାଉସ ଭାବେ ପରିଚିତି କରାଇପାରିଛି।
ଅଧିକ ପଢନ୍ତୁ :ଗଜଲକ୍ଷ୍ମୀ ରାଜଯୋଗ, ଆସୁଛି ଭଲ ସମୟ, ଏହି ୩ ରାଶି ହେବେ ମାଲେମାଲ୍
ବିକାଶ ଆଜି ଓଡ଼ିଶାର ପରିଚୟ ହୋଇଛି । ଶିଳ୍ପ ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ଯ, ସବୁ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । 5T ଉପକ୍ରମରେ ଓଡ଼ିଶାର ବିକାଶଧାରା ଆହୁରି ଉଜ୍ଜ୍ବଳ ହେଉଛି । ସାଧାରଣ ଲୋକ, ଚାଷୀ, ମାଆ, ଯୁବକମାନେ ବିକାଶର ଅଂଶ ପାଲଟିଛନ୍ତି । ସହଯୋଗ ପାଇଁ ଜଗତସିଂହପୁରକୁ ଧନ୍ଯବାଦ ଜଣାଇବା ସହ ଏହି ସବୁ ପ୍ରକଳ୍ପ ଦ୍ବାରା ଏଠିକାର ସବୁ ପରିବାର ଉପକୃତ ହେବେ ବୋଲି ମୁଖ୍ଯମନ୍ତ୍ରୀ ଆଶା କରିଛନ୍ତି।
ଅଧିକ ପଢନ୍ତୁ :୫ ବର୍ଷ ପରେ ଧନ ଶକ୍ତି ଯୋଗ, ଏହି ୩ଟି ରାଶିଙ୍କ ଉପରେ ହେବ ଧନ ବର୍ଷା!