ପୁଣି ୩ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲେ BJD ସୁପ୍ରିମୋ ନବୀନ ପଟ୍ଟନାୟକ
 

CM Naveen Patnaik announced the 3rd phase assembly candidates for the BJD
ଆସିଲା ବିଜେଡି ପ୍ରାର୍ଥୀ ତାଲିକା, ପ୍ରକାଶ ବେହେରାଙ୍କୁ ଟିକେଟ୍‌
 

ଓଡ଼ିଆ ଗସିପ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପୁଣି ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ (BJD) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୯ ବିଧାନସଭା ଆସନ ପାଇଁ ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ଆଧିକ ପଢନ୍ତୁ : ବିଧାନସଭା ପ୍ରାର୍ଥୀ ଘୋଷଣା କଲା BJP, କିଏ କେଉଁ ଆସନରୁ ପ୍ରାର୍ଥୀ ହେଲେ ଜାଣନ୍ତୁ…

  1. ରେଙ୍ଗାଲି- ସୁଦର୍ଶନ ହରିପାଲ
  2. ରାଉରକେଲା-ସାରଦା ନାୟକ
  3. ବୀରମିତ୍ରପୁର- ରୋହିତ ଯୋଶେଫ ତିର୍କୀ
  4. କେନ୍ଦୁଝର- ମୀନା ମାଝୀ
  5. ରାଇରଙ୍ଗପୁର- ରାଇସେନ ମୁର୍ମୁ
  6. ବାଲେଶ୍ବର- ସ୍ବରୁପ କୁମାର ଦାସ
  7. ବାରବାଟି କଟକ- ପ୍ରକାଶ ଚନ୍ଦ୍ର ବେହେରା
  8. ଜୟଦେବ- ନବ କିଶୋର ମଲ୍ଲିକ
  9. ସାଲେପୁର- ପ୍ରଶାନ୍ତ ବେହେରା

ଆଧିକ ପଢନ୍ତୁ : କିଡନୀ ଖରାପ ବୋଲି ଜାଣିବେ କେମିତି ? ଏସବୁ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସାବଧାନ! 

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୭ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ। ଏହାପରେ ସେହି ଦିନ ପୁଣି ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ। 

ପରେ ଏପ୍ରିଲ ୩ରେ ୫ ଲୋକସଭା ଆସନ ଓ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ମୋଟ ୨୦ ଲୋକସଭା ଆସନ ଓ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି। ଆଉ ଗୋଟିଏ ଲୋକସଭା ଓ ୩୯ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇନାହିଁ।

ଆଧିକ ପଢନ୍ତୁ : ଜଣେ ବୟସ୍କ ବ୍ୟକ୍ତି କମ୍ ବୟସର ଝିଅକୁ ବାହା ହେଲେ କଣ ହେବ ? ଜାଣନ୍ତୁ ଚାଣକ୍ୟ ନୀତି କଣ କହୁଛି...
 

Share this story