ବାରମ୍ବାର ଟ୍ୟୁସନ ଟଙ୍କା ମାଗିବାରୁ ସାରଙ୍କ ପୁଅକୁ ଛୁରା ମାରି ତଣ୍ଟି କାଟି ହତ୍ୟା କଲା +୨ ଛାତ୍ର!
 

Class 9 boy stabbed to death by plus two student in Khordha over tuition fee
ଟ୍ୟୁସନ ଟଙ୍କା ମାଗିବାରୁ ସାରଙ୍କ ପୁଅକୁ ହତ୍ୟା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଗତକାଲି ସନ୍ଧ୍ୟାରେ ଘଟିଥିବା ହତ୍ୟାକାଣ୍ଡର ଖୁଲାସା କରିଛି ପୁଲିସ। ଟ୍ୟୁସନ ଟଙ୍କା ପାଇଁ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡିସିପି ପ୍ରତୀକ ସିଂ କହିଛନ୍ତି ୫ ହଜାର ଟଙ୍କା ପାଇଁ ନାବାଳକ ଛାତ୍ର ସାଜିଥିଲା ହତ୍ୟାକାରୀ ।

ଅଧିକ ପଢ଼ନ୍ତୁ : ଦୀପାବଳିରେ ଦୁର୍ଲଭ ସଂଯୋଗ, ଏମାନଙ୍କୁ ଧନୀ ହେବାରୁ କେହି ରୋକିପାରିବେନି! ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ...

ମୃତକ ଶୁଭମ ପାଲଟାସିଂଙ୍କ ବାପା ମନୋଜ ପାଲଟାସିଂ ଓ ମାଆ ଉଭୟ ଟ୍ୟୁସନ କରନ୍ତି। ଅଭିଯୁକ୍ତ ନାବାଳକ ମୃତ ଛାତ୍ରଙ୍କ ବାପା, ମା’ଙ୍କ ପାଖରେ ଟ୍ୟୁସନ ହେଉଥିଲା। ତେବେ ତାଙ୍କର ପ୍ରାୟ ୫ ହଜାର ଟ୍ୟୁସନ ଟଙ୍କା ବାକିଥିଲା। ଯାହା ଦେବାପାଇଁ ଶିକ୍ଷକ ମନୋଜ ପାଲଟାସିଂ ବାରମ୍ବାର କହୁଥିଲେ। ବାରମ୍ବାର ଟଙ୍କା ମାଗିବାରୁ ଖରାପ ଲାଗିଥିଲା । ଯାହା ଫଳରେ ରାଗରେ ସାରଙ୍କ ପୁଅକୁ ହତ୍ୟା କରିଥିବା ସୂଚନା ଦେଇଛି ଅଭିଯୁକ୍ତ । 

ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ 

ଶୁଭମ ସ୍ୱରୂପ ଗତକାଲି ସଂଧ୍ୟାରେ ପଢୁଥିବାବେଳେ ଘରେ ପଶି ଅଭିଯୁକ୍ତ ଛୁରାମାଡ କରିଥିବା ତାଙ୍କ ମା କହିଥିଲେ । ଶୁଭମଙ୍କ ଦେହରେ ୩-୪ ଥର ଛୁରାମାଡ ହୋଇଥିଲା । ଶୁଭମଙ୍କ ବେକ, ଛାତି, ହାତ ସହିତ ଅନ୍ୟ ସ୍ଥାନରେ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୁଭମ ଓଡିଆ ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ର ଥିଲେ।

ଅଧିକ ପଢ଼ନ୍ତୁ : ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ 

ଅନ୍ୟପଟେ ଡିସିପିଙ୍କ ଗଣମାଧ୍ୟମ ବିବୃତ୍ତି ପରେ ମୃତ ଛାତ୍ରଙ୍କ ବାପା ମନୋଜ ପାଲଟାସିଂ କହିଛନ୍ତି ତାଙ୍କ ପୁଅକୁ ସୁପାରୀ ଦିଆଯାଇ ହତ୍ୟା କରାଯାଇଛି। ସଂପୃକ୍ତ ଛାତ୍ରକୁ ମୁଁ କେବେ ଟିଉସନ୍‌ ଫି ମାଗିନାହିଁ। ଦୂର ସଂପର୍କୀୟ ଚିହ୍ନା ହୋଇଥିବାରୁ କେବେ ବି ଟଙ୍କା ମାଗିନାହିଁ। ସାମାନ୍ୟ ଟଙ୍କା ୩ ହଜାର ପାଇଁ ମାରିଥିବା ବିଶ୍ବାସ ହେଉନାହିଁ।  ଡିସିପି ଯାହା କହୁଛନ୍ତି, ମୁଁ ତାକୁ ଆଦୌ ଗ୍ରହଣ କରିପାରୁନି। ଘଟଣାରେ ଏକାଧିକ ସଂପୃକ୍ତ ଅଛନ୍ତି, ସିବିଆଇ ତଦନ୍ତ ହେଉ ବୋଲି ମୃତ ଛାତ୍ରଙ୍କ ବାପା କହିଛନ୍ତି।

ଅଧିକ ପଢ଼ନ୍ତୁ :ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!
 

Share this story