ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ହତ୍ୟା, ଫୋନ୍‌ରେ କଥା ହେଉଥିବା ବେଳେ ପଛପଟୁ ମୁଣ୍ଡକୁ ପିଟିପିଟି ମାରିଦେଲେ !
 

Child Welfare Committee Member Beaten To Death In Berhampur
ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ହତ୍ୟା
 

ଓଡ଼ିଆ ଗସିପ୍ ବ୍ୟୁରୋ:ବ୍ରହ୍ମପୁର ଗୋଷାଣୀନୂଆ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଶିଶୁ କଲ୍ୟାଣ କମିଟି ସଦସ୍ୟ ସୌଦାମିନୀ ରଥଙ୍କୁ ହତ୍ୟା ଅଭିଯୋଗ ହୋଇଛି। ସୌଦାମିନୀ କୌଣସି ଏକ ବ୍ୟକ୍ତିଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ପଛପଟୁ ଦୁର୍ବୃତ୍ତଜଣକ ମୁଣ୍ଡକୁ ପିଟିପିଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । 

ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...

ବର୍ତ୍ତମାନ ଘଟଣାସ୍ଥଳରେ ଟାଉନ ଥାନା ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ଓ ଥାନା ଅଧିକାରୀ ସ୍ମୃତି ପ୍ରଭା ପ୍ରଧାନ ଓ ତାଙ୍କ ଟିମ୍‌ ପହଞ୍ଚି ତଦନ୍ତ କରିଛନ୍ତି। ଏହାସହ ସୌଦାମିନୀଙ୍କ  ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ବେଙ୍ଗାଲୁରୁରେ ରହୁଥିବା ସୌଦାମିନୀଙ୍କ ପୁଅ ଆସିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। 

adimg

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 

Share this story