ବାହାନଗା ରେଳ ଦୁର୍ଘଟଣାରେ ଶତାଧିକ ଯାତ୍ରୀଙ୍କୁ ଜାଣିଶୁଣି ମାରିଦେଲେ ! ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟରଙ୍କୁ ଜଣାଥିଲା ସିଗ୍ନାଲ ତ୍ରୁଟି, ୩ଜଣଙ୍କୁ ଉଠାଇନେଲା ସିବିଆଇ
ଓଡ଼ିଆ ଗସିପ ବ୍ୟୁରୋ : ବାହନାଗା ରେଳ ଦୁର୍ଘଟଣାରେ ସିବିଆଇ ତନାଘନା ଜାରି ରଖିଛି । ଦୁର୍ଘଟଣା ଦିନ ସକାଳୁ ସିଗ୍ନାଲ ତ୍ରୁଟି ନେଇ କର୍ମଚାରୀ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଇଥିଲେ ।
ଗତକାଲି ସିବିଆଇ ଟିମ୍ ତଦନ୍ତ କରିବା ପରେ ଷ୍ଟେସନ ମାଷ୍ଟର, ଜଣେ ଟେକ୍ନିସିଆନ ଏବଂ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟରଙ୍କୁ ଉଠାଇ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ସେମାନଙ୍କୁ ସିବିଆଇ ଟିମ୍ ଏକ ଅଜ୍ଞାତ ସ୍ଥାନରେ ଅଟକ ରଖି ପଚରାଉଚରା କରୁଛି ।
ଷ୍ଟେସନମାଷ୍ଟର ସିଗ୍ନାଲ ତ୍ରୁଟି ଥିବା ନେଇ ଜାଣିବା ପରେ ଦୁର୍ଘଟଣା ଦିନ ସକାଳ ୧୦ଟା ସମୟରେ ସମ୍ପୃକ୍ତ ଟେକ୍ନିସିଆନଙ୍କୁ ଡାକିଥିଲେ। ଉକ୍ତ ଟେକ୍ନିସିଆନ ଆସିବାରେ ବିଳମ୍ବ ହେବାରୁ ତାଙ୍କୁ ଷ୍ଟେସନ ମାଷ୍ଟର ବାରମ୍ଭାର ଫୋନ୍ କରିଥିଲେ । ଏପରିକି ଟ୍ରେନ୍ ଯିବ ବୋଲି ଅସ୍ଥାୟୀଭାବେ ଠିକ୍ କରି ଦେବାକୁ କହିଥିଲେ । ବାଧ୍ୟ ହୋଇ ଟେକ୍ନିସିଆନ ଦିନ ୧୧ଟାରେ ଯାଇ ଅସ୍ଥାୟୀଭାବେ ସିଗ୍ନାଲ ସିଷ୍ଟମ୍କୁ ଠିକ୍ କରି ଦେଇ ଆସିଥିଲେ ।
ଅଧିକ ପଢ଼ନ୍ତୁ : ଅଘୋଷିତ ବିଦ୍ୟୁତ୍ କାଟ୍କୁ ନେଇ ବଢୁଛି ଜନଅସନ୍ତୋଷ, ଶକ୍ତିମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼; ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ଆରମ୍ଭ
ହେଲେ ପରେ ଏହା ସଠିକ୍ ଭାବେ କାମ କରୁଥିଲା କି ନାହିଁ ତାହା ଷ୍ଟେସନମାଷ୍ଟର ଯାଞ୍ଚ କରିନଥିଲେ । କିନ୍ତୁ ସନ୍ଧ୍ୟାରେ ଏହି ସିଗ୍ନାଲ ସିଷ୍ଟମରେ ଗଡ଼ବଡି ପୁନଃ ଆରମ୍ଭ ହୋଇଥିବା ସିବିଆଇ ତଦନ୍ତରୁ ଜାଣିବାକୁ ପାଇଛି । ଯେଉଁଥିପାଇଁ କରମଣ୍ଡଳ ଏକ୍ସପ୍ରେସ୍ ମେନ୍ ଲାଇନ୍ରେ ନଯାଇ ଲୁପ ଲାଇନ୍ ଭିତରକୁ ପଶିଯାଇଥିଲା । ତେଣୁ ସିବିଆଇ ସିମ୍ ଏବେ ସେମାନଙ୍କ ବିରୋଧରେ ପ୍ରମାଣ ଯୋଗାଡ କରିବାକୁ ଲାଗିପଡ଼ିଛି ।
ଅନ୍ୟପଟରେ ସିବିଆଇ ମଗାଇଥିବା ଷ୍ଟେସନ ମାଷ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ସିଡିଆର ରିପୋର୍ଟ ଏବଂ ସୋସିଆଲ ମିଡିଆ ରିପୋର୍ଟ ସିବିଆଇର ହସ୍ତଗତ ହୋଇଛି । ଏହି ରିପୋର୍ଟ ଆଧାରରେ ମଧ୍ୟ ସିବିଆଇ ଛାନ୍ଭିନ୍ କରୁଛି । ଘଟଣା ଦିନ ଷ୍ଟେସନ ମାଷ୍ଟର ସିଗ୍ନାଲ ସିଷ୍ଟମ ଠିକ୍ କରିବାକୁ ଡାକିଥିବା ଟେକ୍ନିସିଆନକୁ ଡାକିଥିବା ସିଡିଆର ରିପୋର୍ଟରେ ରହିଛି ।
ଅଧିକ ପଢ଼ନ୍ତୁ : ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଚେତା ପସିଲା, ସବୁ ସିଗ୍ନାଲିଂ ରୁମର ହେବ ‘ଡବଲ୍ ଲକିଂ’ ବ୍ୟବସ୍ଥା, ଏପରି ନିର୍ଦ୍ଦେଶ ଦେଇଛି ରେଳବାଇ ବୋର୍ଡ
ତେଣୁ ସିବିଆଇ ଟିମ୍ ଦୁଇ ଜଣଙ୍କୁ ଅଧିକ ପଚରାଉଚରା କରିବା ସହ ଦୁର୍ଘଟଣା ରାତିରେ ଦାୟିତ୍ୱରେ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟରକୁ ଗୁଡାଇ ତୁଡାଇ ପ୍ରଶ୍ନ ପଚରାରୁଛନ୍ତି । ଆଜି ଘଟଣାକୁ ଦଶଦିନ ପୂରୁଛି । ଏପଟେ ଅନେକ ମୃତଦେହର ପରିଚୟ ମିଳିନି । ଆଜି ବାହନଗାରେ ମୃତକଙ୍କ ଦଶାହ କର୍ମ ଅନୁଷ୍ଠିତ ହେଉଛି । ସ୍ଥାନୀୟ ଅନେକ ଅନେକ ସମାଜସେବୀ, ସାଧାରଣ ଲୋକେ ସାମୁହିକ ମୁଣ୍ଡନ କରିବେ । ଏବେ ମୃତ୍ୟୁ ଘଟିଥିବା ଲୋକଙ୍କ ଆତ୍ମାର ସଦ୍ଗତି ପାଇଁ ବିଶ୍ୱଶାନ୍ତି ମହାଯଜ୍ଞ କରାଯିବ ବୋଲି ଏକାଧିକ ସମାଜସେବୀ କହିଛନ୍ତି ।