ପାରାଦୀପ ପୋର୍ଟର ଜନସ୍ବାସ୍ଥ୍ୟ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ମାଡିବସିଲା CBI

ଓଡ଼ିଆ ଗସିପ୍ ବ୍ୟୁରୋ: ପାରାଦୀପ ପୋର୍ଟ ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଫିସର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗିରଫ କଲା CBI । ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମାରାଥନ ରେଡ୍ ପରେ ଗିରଫ ହୋଇଛନ୍ତି ଡାକ୍ତର ରାଜେନ୍ଦ୍ର । ଗିରଫ ଡାକ୍ତରଙ୍କୁ ଧରି ଭୁବନେଶ୍ୱର ଆଣିଛି ସିବିଆଇ ।
ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ
କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଉଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ, କୋଟିପତି ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ବିଭିନ୍ନସ୍ଥାନରେ ଗତକାଲିଠୁ ସିବିଆଇ ଚଢଉ ଜାରି ରଖିଥିଲ। ତାଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ସହ ଫରେନ କରେନ୍ସି ଜବତ କରାଯାଇଥିଲା। ଏହାସହ ରାଜେନ୍ଦ୍ରଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମଧ୍ୟ ସିବିଆଇକୁ ମିଳିଥିଲା।
ଅଧିକ ପଢ଼ନ୍ତୁ: ୪୨ ଜଣ ଓଏଏସ ଅଧିକାରୀଙ୍କୁ ବିଡିଓ ଭାବେ ବଦଳି, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି
ପାରାଦୀପ ବ୍ୟତୀତ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ସିବିଆଇ ଚଢ଼ାଉ କରି ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଥିଲା। ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କ ସିବିଆଇ ଜବତ କରାଯାଇଛି। ଖବର ଅନୁଯାୟୀ, ଜାହାଜର କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଆର୍.ଏନ୍ ପାଣିଗ୍ରାହୀ ଉକ୍ତ ଶିପିଂ ଏଜେଣ୍ଟଙ୍କୁ ମାଗିଥିଲେ ଲକ୍ଷେରୁ ଅଧିକ ଟଙ୍କା।
ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ...
୭୦ ଜଣ କ୍ରିଉ ମେମ୍ବରଙ୍କୁ କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ ଦେବାକୁ ଜଣ ପିଛା ୧୫୦୦ ଟଙ୍କା ଲେଖାଏଁ ଦେବାକୁ କହିଥିଲେ। ଗତକାଲି ଶିପିଂ ଏଜେଣ୍ଟଙ୍କ ଠାରୁ ରାଜେନ୍ଦ୍ର ୫୦ ହଜାର ଟଙ୍କା ଲାଞ୍ଚ ଦେଉଥିଲେ। ଏହି ସମୟରେ ଛକି ରହିଥିବା ସିବିଆଇ ଅଧିକାରୀ ନାରାୟଣ ଲାଞ୍ଚ ନେବାବେଳେ ମାଡ଼ି ବସିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ୧୦ ଜଣିଆ ସିବିଆଇ ଟିମ୍ ଡକ୍ଟର ଆର୍.ଏନ୍ ପାଣିଗ୍ରାହୀଙ୍କୁ ପଚରାଉଚରା କରିଥିଲେ।
ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ