ମାଆକୁ ଖୋଜି ଥାନାରେ ପହଞ୍ଚିଲା ବାଛୁରୀ ଛୁଆ, ୪ ଦିନ କାନ୍ଦି କାନ୍ଦି ଆଖିରୁ ଝରିପଡୁଛି ଧାରଧାର ଲୁହ

Calf reached police station in Bhadrak seeking justice for Cow Mom
ମାଆକୁ ଖୋଜି ଥାନାରେ ପହଞ୍ଚିଲା ବାଛୁରୀ ଛୁଆ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦୁନିଆର ସବୁଠୁ ସୁନ୍ଦର ସମ୍ପର୍କ ମାଆ ସହ ପିଲାର। ମାଆଠୁ ଅଲଗା ହେବାର କଷ୍ଟ ଅବର୍ଣ୍ଣନୀୟ । ସେ ମଣିଷ ହେଉ କି ପଶୁ । ମାଆର ମମତାରେ ବନ୍ଧା ସଭିଏଁ । ମାଆକୁ ସବୁବେଳେ ଆଖପାଖରେ ଦେଖିବାକୁ ମଣିଷମାନେ ଯେତିକି ଚାହାନ୍ତି ପଶୁ ମାନେ ବି ସେତିକି ଚାହାନ୍ତି । ସେଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକରେ । 

ମାଆକୁ ଖୋଜି ଖୋଜି ଥାନାରେ ପହଞ୍ଚିଛି ବାଛୁରୀ । ଆଖିରୁ ଝରିପଡୁଛି ଧାରଧାର ଲୁହ। ବୋବେଇ ବୋବେଇ ତଣ୍ଟି ଶୁଖିଗଲାଣି। ଚାରି ଦିନ ହେଲା ନଖାଇ ନପିଈ ମାଆକୁ ଖୋଜିଖୋଜି ଶେଷରେ ଥାନାରେ ପହଞ୍ଚିଛି ଦୁଇ ମାସର କଅଁଳ ବାଛୁରୀ ଛୁଆ ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ତା ସହ ମାଲିକ ବି ଥାନାର ଦ୍ବାରସ୍ଥ ହୋଇଛି। ଭଦ୍ରକର ରିତାରାଣୀ ମଲ୍ଲିକ ନିଜ ଗୁଜୁରାଣ ମେଣ୍ଟାଇବାପାଇଁ ଗାଈ ପଳିଥିଲେ। ଦୁଇ ମାସ ତଳେ ଗାଈଟି ଗୋଟିଏ ବାଛୁରୀକୁ ଜନ୍ମ ଦେଇଥିଲା। ରିତାରାଣି ଗାଈକୁ ପଦାରେ ଚରିବା ପାଇଁ ବାନ୍ଧିଥିବାବେଳେ କୌଣସି କାରଣରୁ ଗାଈଟି ଖୋଲିଯାଇ ସ୍ଥାନୀୟ ଜଣେ ଲୋକର ଚାଷ ଜମିକୁ ନଷ୍ଟ କରିଥିଲା। ଫଳରେ ସମ୍ପୃକ୍ତ ଚାଷୀ ଗାଇଟିକୁ ଅଟକ ରଖିଥିଲେ ଅନେକ ଅନୁରୋଧ ପରେ ବି ଛାଡିନଥିଲେ ।

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

୪ ଦିନ ହେବ ମାଆ ଘରକୁ ନଫେରିବାରୁ କାନ୍ଦି କାନ୍ଦି ବାଛୁରୀର ଅବସ୍ଥା ବେହାଲ୍। ବାଛୁରୀ ଛୁଆର ଦୁଃଖ ଦେଖି ଶେଷରେ ଥାନାର ଦ୍ବାରସ୍ଥ ହୋଇଥିଲେ ରିତାରାଣୀ । ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ସମ୍ପୃକ୍ତ ଚାଷୀକୁ ଥାନାକୁ ଡାକି ବୁଝାସୁଝା କରି ଗାଈ ଓ ବାଛୁରୀକୁ ଏକାଠି କରିଥିଲେ। ମାଆକୁ ପାଇବା ପରେ ବାଛୁରୀ ଛୁଆର ଖୁସି କହିଲେ ନସରେ । ସେପଟେ ଯେଉଁମାନେ ଏଭଳି କାମ କରୁଛନ୍ତି ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ କହିଛନ୍ତି ଅଧ୍ୟାପିକା ତଥା ଆଇନଜୀବୀ ରାଧାରାଣୀ ମହାପାତ୍ର ।

Share this story