ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ, ୨୦ରୁ ସାରା ରାଜ୍ୟରେ ହେବ ବସ୍‌ ଧର୍ମଘଟ
 

Bus Strike From 20th October Amid Multiple Demands in Odisha
୨୦ରୁ ସାରା ରାଜ୍ୟରେ ହେବ ବସ୍‌ ଧର୍ମଘଟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଧର୍ମଘଟ ଡାକରା ଦେଲା ଘରୋଇ ବସ୍‌ ମାଲିକ ସଂଘ । ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ ହେବାନେଇ ସୂଚନା ଦିଆଯାଇଛି । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍‌ ଧର୍ମଘଟ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ବସ୍‌ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ 

ପୂଜା ବେଳେ ଧର୍ମଘଟ କରିବା ଆମର ଉଦେଶ୍ୟ ନୁହେଁ କିନ୍ତୁ ପୂଜା ଛୁଟିରେ ଧର୍ମଘଟ କରିବାକୁ ପରିସ୍ଥିତି ଆମକୁ ବାଧ୍ୟ କରିଛି ବୋଲି ସଙ୍ଘର ସମ୍ପାଦକ କହିଛନ୍ତି । ପୂଜା ସମୟରେ ବନ୍ଦ ଡାକରାକୁ ନେଇ ଜନସାଧାରଣଙ୍କୁ ଆଗୁଆ କ୍ଷମା ପ୍ରାର୍ଥନା କରିଛନ୍ତି ସଂଘର ସମ୍ପାଦକ । “ଲକ୍ଷ୍ମୀ” ଯୋଜନା ଭଳି ଏକ ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ ବୋଲି ସଙ୍ଘ ଦାବି କରିଛି । 

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖୁଥିଲେ ଯୁବତୀ, ଦେଖିଦେବାରୁ ଦୁଇ ସାନ ଭଉଣୀଙ୍କୁ ହତ୍ୟା କଲା ବଡ ଭଉଣୀ 

ସୂଚନା ଥାଉକି, ଗତ ୧୦ ତାରିଖ ଦିନ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ସଂଘ ନିଷ୍ପତି ନେଇଥିଲା । ହେଲେ ରାଜ୍ୟ ସରକାରଙ୍କ ସହ ସଂଘର ଆଲୋଚନା ପରେ ଏହାକୁ ୩୧ ତାରିଖ ଯାଏଁ ସ୍ଥଗିତ ରଖାଯାଇଥିଲା । ହେଲେ ବର୍ତ୍ତମାନ ପୁଣି ଥରେ ସଂଘ ଧର୍ମଘଟ ଡାକରା ଦେଇଛି । ଏନେଇ ପ୍ରେସମିଟରେ ବସ୍ ମାଲିକ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ । 

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ରାଜ୍ୟ ସରକାରଙ୍କ ପ୍ରତିଶୃତି ପରେ ଧର୍ମଘଟକୁ ସ୍ଥଗିତ ରଖିବାକୁ ରାଜ୍ୟ ଘରୋଇ ବସ ମାଲିକ ସଂଘ ନିଷ୍ପତି ନେଇଥିଲା । ମାତ୍ର ଏବେ ପୁଣି ଆସନ୍ତା ୨୦ ତାରିଖରେ ଧର୍ମଘଟ ଡାକରା ଦେଇଛି ସଙ୍ଘ । ଧର୍ମଘଟ ଛଡା ଆମ ପାଖରେ ଆଉ କୌଣସି ବାଟ ନାହିଁ” ଏଣୁ ସମସ୍ତଙ୍କୁ ଆମେ କ୍ଷମା ମାଗୁଛୁ ବୋଲି ସଙ୍ଘର ସମ୍ପାଦକ କହିଛନ୍ତି ।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

Share this story