ଚକା ଫାଟି ଯିବାରୁ ଜଳିଗଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୮୦ ଜଣ ଯାତ୍ରୀ

bus catches fire 80 passengers remain unhurt

ଓଡ଼ିଆ ଗସିପ ବ୍ୟୁରୋ: ଚକା ଫାଟି ଯିବାରୁ ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ଲାଗିଗଲା ନିଆଁ । ହୁତ ହୁତ ହୋଇ ଜଳିବାକୁ ଲାଗିଲା ବସ । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୮୦ ଜଣ ଯାତ୍ରୀ ।

ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଠାରେ । ବସଟି ଭୋର ୬.୩୦ ସମୟରେ ବୋରିଗୁମ୍ମା ବସଷ୍ଟାଣ୍ଡରେ ପହଞ୍ଚିବା ସମୟରେ ଟାୟାର ଫାଟି କୌଣସି କାରଣରୁ ନିଆଁ ବାହାରିଥିଲା । ହେଲ୍ପର ଓ ଡ୍ରାଇଭର ନିଆଁ ଲାଗିବା ଦେଖି ସମସ୍ତ ଯାତ୍ରୀଙ୍କୁ ସଙ୍ଗେସଙ୍ଗେ ତଳକୁ ଓହ୍ଲାଇ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ଏମିତି ବି ମୃତ୍ୟୁ ଆସେ : ପରିବାର ସହ ମା’ତାରିଣୀଙ୍କ ଦର୍ଶନ ବେଳେ ହଠାତ ଚାଲିଗଲା ମହିଳାଙ୍କ ଜୀବନ 

ଅଧିକ ପଢ଼ନ୍ତୁ: ରେଳ ବ୍ରିଜ ଭୁଶୁଡ଼ି ୨୬ ଶ୍ରମିକଙ୍କ ମୃତ, ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଘୋଷଣା କଲେ ଏତେ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଦେଖୁ ଦେଖୁ ବସଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ପ୍ରତ୍ୟକ୍ଷଦର୍ଶୀ ଦମକଳ ବାହିନୀକୁ ଫୋନ ମାଧ୍ୟମରେ ଖବର ଦେଇଥିଲେ । କିନ୍ତୁ ଦମକଳ ବାହିନୀ ପ୍ରାୟ ୪୫ ମିନିଟ ପରେ ପହଞ୍ଚି ଥିଲେ । ତେବେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ବସ ସମ୍ପୂର୍ଣ୍ଣ ଜଳିଯାଇଥିଲା ଏବଂ ଯାତ୍ରୀଙ୍କ ଆସବାବପତ୍ର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା ।

Share this story