ବାହାଘର ଅଟକାଇ ଗଣ୍ଡଗୋଳ, ଆଉ ତାପରେ କନ୍ୟା ଓ ବରଯାତ୍ରୀଙ୍କୁ ପିଟିଲେ ପ୍ରଥମ ପ୍ରେମିକ
 

Bride beaten up by first boyfriend in Balasore odisha
ବାହାଘର ଅଟକାଇ କନ୍ୟା ଓ ବରଯାତ୍ରୀଙ୍କୁ ପିଟିଲେ ପ୍ରଥମ ପ୍ରେମିକ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବାହାଘର ସମୟରେ ପାଟିତୁଣ୍ଡ ଗଣ୍ଡଗୋଳ ଘଟଣା କିଛି ନୂଆ କଥା ନୁହେଁ । ଏମିତିକି ଅନେକ ସମୟରେ ପିଟାପିଟି ହାତାହାତି ପରିସ୍ଥିତି ବି ସୃଷ୍ଟି ହୁଏ । ହେଲେ ବାହାଘର ବେଦିରେ ପହଂଚି ପ୍ରଥମ ପ୍ରେମିକ କନ୍ୟା ଓ ବରଯାତ୍ରୀଙ୍କୁ ଠେଲାପେଲା ପିଟାପିଟି କରିବା ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଛେଚା ଖାଇ ନିରାଶ ହୋଇ ଘରକୁ ଫେରିବା ଘଟଣା ସ୍ଥାନୀୟ ଅଞ୍ଚଳାର ଚର୍ଚ୍ଚାର ବିଷୟ ପାଲଟିଛି ।

ଅଧିକ ପଢନ୍ତୁ :୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !

ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ । ଏ ବାଲେଶ୍ଵର ଜିଲ୍ଲା ତାଳସାରି ସାମୁଦ୍ରିକ ଥାନା ଅନ୍ତର୍ଗତ,ବାଜିତପୁର ପଞ୍ଚାୟତ ଦକ୍ଷିଣ ସରିଷା ଗାଁର ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଆଜି ଅପରାହ୍ନରେ ଭୋଗରାଇ ଥାନା ଅଧିନ ବାଇତପୁର ଗାଁର ଚନ୍ଦନ ପ୍ରଧାନଙ୍କ ପୁଅ ସଞ୍ଜୟ କୁମାର ପ୍ରଧାନ ସହିତ ଘଣ୍ଟିଲୋଡ଼ି ଗାଁର ଜନୈକା ୧୭ ବର୍ଷୀୟ ନାବାଳିକା ଝିଅ ସହିତ ବିବାହ ହେଉଥିଲା ବେଳେ ନାବାଳିକାର ପ୍ରଥମ ପ୍ରେମିକ ବାରବାଟିଆ ପଞ୍ଚାୟତ କୁକୁଡ଼ିଆ ଗାଁର ସ୍ବର୍ଗତ ରାଜ୍ କୁମାର କରଙ୍କ ପୁଅ ତାଙ୍କର କେତେକ ସହଯୋଗୀଙ୍କୁ ନେଇ ବାହାଘର ମଣ୍ଡପରେ ପହଞ୍ଚି ବିବାହ ବନ୍ଦ କରିଥିଲେ । 

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ପୂର୍ବରୁ ନାବାଳିକାର ବିବାହ ହେଉଥିବା ନେଇ ଭୋଗରାଇ ସିଡିପିଓ ଓ ତାଳସାରି ସାମୁଦ୍ରିକ ଥାନା ପୁଲିସକୁ ମଧ୍ୟ ଅବଗତ କରିଥିଲେ। ମାତ୍ର ପୁଲିସ ଆସିବା ପୂର୍ବରୁ ସ୍ଥାନୀୟ କେତେକ ଯୁବକ ଉକ୍ତ ବାହାଘରକୁ ସମର୍ଥନ କରି ବଳପୂର୍ବକ ବିବାହ କରାଇ ଦେଇଥିଲେ।

ପ୍ରଥମ ପ୍ରେମିକ ତାଙ୍କ ସହଯୋଗୀ ମାନଙ୍କ ଦ୍ୱାରା ବାହାଘରକୁ ବିରୋଧ କରିବାରୁ ବର ଓ କନ୍ୟାପକ୍ଷ ତରବରିଆ ଭାବେ ବାହାହେଇ ସାରି ଖସି ଯାଉଥିଲା ବେଳେ ପ୍ରଥମ ପ୍ରେମିକ ପୁଲିସ ଅପେକ୍ଷାରେ ସେମାନଙ୍କୁ ଅଟକାଇ ରଖିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ,ଠେଲାପେଲା ହୋଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। 

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!

ମାତ୍ର ସ୍ଥାନୀୟ କେତେକ ଯୁବକ ଉକ୍ତ ବାହାଘରକୁ ସମର୍ଥନ କରି ବର ଓ କନ୍ୟାକୁ ଘରକୁ ପଠାଇଦେଉଥିବା ବେଳେ ଉକ୍ତ ପ୍ରେମିକ ଜଣକ ବର କନ୍ୟାକୁ ଅଟକ ରଖିଥିଲେ ମାତ୍ର ସେଠାରେ ଥିବା ପ୍ରଥମ ପ୍ରେମିକ ବୋଲାଉଥିବା ଯୁବକକୁ ସ୍ଥାନୀୟ ଯୁବକ ଓ ବରଯାତ୍ରୀ ମାନେ ନିର୍ଧୁମ ପିଟିଥିଲେ।ଶେଷରେ ସ୍ଥାନୀୟ ଯୁବକ ପ୍ରଥମ ପ୍ରେମିକକୁ ଧରି ରଖି ବର କନ୍ୟାକୁ ଫେରାର କରାଇ ଦେଇଥିଲେ।

ଘଟଣା ସ୍ଥଳରେ ପୁଲିସ ପହଞ୍ଚିଲା ବେଳକୁ ସ୍ଥାନୀୟ ଲୋକଙ୍କ ଭୟରେ ସମସ୍ତେ ସେଠାରୁ ଖସି ପଳାଇଥିଲେ। ତାଳସାରି ସାମୁଦ୍ରିକ ଥାନା ଏଏସଆଇ ପିଥା ହେମ୍ବ୍ରମ,କନେଷ୍ଟବଳ ମୃତ୍ୟୁଞ୍ଜୟ ନାୟକ ସମେତ ପୁଲିସ ଫୋର୍ସ ଓ ଭୋଗରାଇ ସିଡିପିଓଙ୍କ ନିର୍ଦ୍ଦେଶରେ ଦୁଇଜଣ ସୁପର ଭାଇଜର ଘଟଣାସ୍ଥଳରେ ରହି ଘଟଣାର ତଦନ୍ତ କରି ଫେରିଛନ୍ତି। ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଉକ୍ତ ଘଟଣା ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନ ଥିବା ଜଣା ପଡ଼ିଛି।

ଅଧିକ ପଢନ୍ତୁ :ଓଡ଼ିଶା ଉପରେ ରହିବ କି ବାତ୍ୟା ‘ମିଧିଲି’ର ପ୍ରଭାବ ? ଜାଣନ୍ତୁ କ'ଣ କହୁଛି IMD
 

Share this story