ଭିଜିଲାନ୍ସ ଜାଲରେ ଆରଟିଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ଟି ସ୍ଥାନରେ ଚଢଉ
 

Boudh RTO In Vigilance Net
ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ

ଓଡ଼ିଆ ଗସିପ୍ ବ୍ୟୁରୋ:ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କ ୧୦ଟି ସ୍ଥାନରେ ଏକକାଳୀନ ଚଢଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । 

ଅଧିକ ପଢନ୍ତୁ :ଗଜଲକ୍ଷ୍ମୀ ରାଜଯୋଗ, ଆସୁଛି ଭଲ ସମୟ, ଏହି ୩ ରାଶି ହେବେ ମାଲେମାଲ୍

ବୌଦ୍ଧ, ଗଞ୍ଜାମ ଏବଂ ଭୁବନେଶ୍ୱର ସମେତ ଏକାଧିକ ସ୍ଥାନରେ ଚାଲିଛି ଚଢ଼ଉ । ଏହି ଚଢଉରେ ଦୁଇ ଜଣ ଅତିରିକ୍ତ DSP, ୬ ଜଣ DSP, ୬ଜଣ ଇନ୍ସିପେକ୍ଟର ଏବଂ ଅନ୍ୟାନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି।

ଅଧିକ ପଢନ୍ତୁ :ଅଧିକ ଖର୍ଚ୍ଚାନ୍ତ ହେବା ସହ ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିେବ! ପଢନ୍ତୁ ଆଜିର ରାଶିଫଳ 

ବୌଦ୍ଧ RTO ଅଫିସ ସମେତ ଭଞ୍ଜନଗରର ପୈତୃକ ଘର, ବ୍ରହ୍ମପୁରର ସମ୍ପର୍କୀୟଙ୍କ ଘର, ବୌଦ୍ଧର ଭଡାଘର, ରଙ୍ଗମାଟିଆର ହରପ୍ରିୟା ଏନକ୍ଳେଭରେ ଫ୍ଲାଟ, ଶୈଳଶ୍ରୀବିହାର ୱେଷ୍ଟ ଏଣ୍ଡ ଆପାର୍ଟମେଣ୍ ରେ ଫ୍ଲାଟ, କଳ୍ପନା ରୟାଲ ରେସିଡେନ୍ସୀରେ ଥ୍ରୀ BHK ପ୍ଲାଟ, କଳାରାହାଙ୍ଗ Z1 ଆପାର୍ଟମେଣ୍ଟରେ ଫ୍ଲାଟ, ଉତ୍କଳ କନିକା ଗେଲେରିଆରେ ଦୁଇଟି କମରସିଆଲ ସପିଙ୍ଗ କମ୍ପ୍ଲେକ୍ସ, ପାହାଳ ଉତ୍କଳ ସିଗ୍ନେଚରରେ ଗୋଟିଏ ରୁମ ଠାବ କରିଛି ଭିଜିଲାନ୍ସ।

ଅଧିକ ପଢନ୍ତୁ :ଗଜଲକ୍ଷ୍ମୀ ରାଜଯୋଗ, ଆସୁଛି ଭଲ ସମୟ, ଏହି ୩ ରାଶି ହେବେ ମାଲେମାଲ୍
 

Share this story