ଅସୁସ୍ଥ ବାପାଙ୍କୁ ମେଡିକାଲ ନେଇଯାଇଥିବା ପୁଅ ଆରପାରିକୁ ଚାଲିଗଲା , ପୁଅ କଥା ଶୁଣି ଚାଲିଗଲା ବାପାଙ୍କ ଜୀବନ

both father and son died in hospital

ଓଡ଼ିଆ ଗସିପ ବ୍ୟୁରୋ: ଅସୁସ୍ଥ ବାପାଙ୍କୁ ମେଡିକାଲ ନେଇ ଯାଇଥିଲେ ପୁଅ । ହେଲେ ସେଠାରେ ପୁଅଙ୍କ ମୃତ୍ୟୁ ହେଲା । ଆଉ ପୁଅର ମୃତ୍ୟୁ ଖବର ଶୁଣି ଅସୁସ୍ଥ ବାପାଙ୍କ ଜୀବନ ବି ଚାଲିଗଲା । ବାପାଙ୍କୁ ଚିକିତ୍ସା ପାଇଁ ନେଇ ଯାଇଥିବା ପୁଅ ସହ ବାପା ଦୁହେଁ ଶବ ହୋଇ ଘରକୁ ଫେରିଲେ ।

ଆଉ ଏକାସାଥିରେ ଶ୍ମଶାନରେ ଜଳିଲା ବାପ-ପୁଅଙ୍କ ଜୁଇ । ଏଭଳି ଏକ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳରେ । ମୃତକ ଦ୍ୱୟ ହେଲେ ଆଦି ସା’ ଓ ତାଙ୍କ ପୁଅ ଆର୍ତତ୍ରାଣ ସା ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଆଦିକନ୍ଦ ସା ଅସୁସ୍ଥ ଅନୁଭବ କରିଥିଲେ । ତେଣୁ ପୁଅ ଆର୍ତତ୍ରାଣ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନେଇଥିଲେ । ସେଠାରେ ଆଦିକନ୍ଦଙ୍କୁ ଆଡମିଟ କରାଯାଇଥିଲା । ଆର୍ତ୍ତତ୍ରାଣ ତାଙ୍କ ସହିତ ମେଡିକାଲରେ ଥିଲେ ।

ଆହୁରି ପଢ଼ନ୍ତୁ : ଆଗାମୀ ୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା

ଆଜି ଭୋରରେ କୌଣସି କାମରେ ଆର୍ତ୍ତତ୍ରାଣ ହସ୍‌ପିଟାଲ ବାହାରକୁ ଆସିଥିଲେ । କାମ ସାରି ସେ ଶିଡ଼ି ଚଢ଼ି ବାପାଙ୍କ ପାଖକୁ ଫେରୁଥିବା ବେଳେ ହଠାତ ଅଚେତ ହୋଇ ପଡ଼ି ଯାଇଥିଲେ । କିଛି ଲୋକ ତାଙ୍କୁ ଡାକ୍ତରଙ୍କ ପାଖକୁ ବୋହି ନେଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମେଡିକାଲ ବେଡରେ ଚିକିତ୍ସାଧୀନ ଥିବା ଆଦିକନ୍ଦ ଯେତେବେଳେ ପୁଅର ମୃତ୍ୟୁ ଖବର ପାଇଲେ ତାଙ୍କର ବି ପ୍ରାଣବାୟୁ ଉଡ଼ି ଯାଇଥିଲା । ବାପ ଓ ପୁଅଙ୍କ ମୃତଦେହ ତରଭା ସ୍ଥିତ ବସଭାବନକୁ ଅଣାଯାଇ ଏକା ସାଥିରେ ଦୁଇ ଜଣଙ୍କ ଶବସତ୍କାର କରାଯାଇଛି । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Share this story

World Odia Language Conferene