ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଫସି ରହିଲେ ୬୦ ଯାତ୍ରୀ ସହ ୨୫ଟି ବାଇକ୍
Oct 1, 2023, 18:53 IST

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା
ଓଡ଼ିଆ ଗସିପ୍ ବ୍ୟୁରୋ: ଚିଲିକା ମଝିରେ ଫସିଲେ ୬୦ ଜଣ ଯାତ୍ରୀ । କୃଷ୍ଣପ୍ରସାଦ ଓ ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫସିଯାଇଛି । ଡଙ୍ଗାରେ ୬୦ ଜଣ ଯାତ୍ରୀ ସହ ୨୫ଟି ମୋଟରସାଇକେଲ ଥିଲା । ଡଙ୍ଗାଟି ଯାତ୍ରୀଙ୍କୁ ନେଇ ଚିଲିକା ସାତପଡାରୁ ଜହ୍ନିକୁଦା ପଟକୁ ଯାଉଥିଲା ।
ଅଧିକ ପଢ଼ନ୍ତୁ: ହୃତ୍ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ, କମିବ ହୃଦ୍ଘାତ ହେବାର ଆଶଙ୍କା
ଡଙ୍ଗାଟି ଯାନ୍ତ୍ରିକ ତୃଟିଯୋଗୁଁ ସମୁଦ୍ର ମଝିରେ ଫସି ରହିଥିବା ଜଣାପଡିଛି । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଚିଲିକା ମଝିରେ ଡଙ୍ଗାଟି ଫଶିି ରହିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ୨ଟି ଡଙ୍ଗାରେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି କି କେମିତି କଟିବ ଆପଣଙ୍କ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…