ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ବ୍ରିଜ୍ ତଳକୁ ଓଲଟି ପଡ଼ିଲା କଦଳୀ ବୋଝେଇ ଟ୍ରକ୍‌, ଡ୍ରାଇଭର ଓ ହେଲପର...
 

Banana loaded truck falls down bridge
ବ୍ରିଜ୍ ତଳକୁ ଓଲଟି ପଡ଼ିଲା କଦଳୀ ବୋଝେଇ ଟ୍ରକ୍‌
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ସକାଳେ ଭଦ୍ରକର ଗେଲପୁର ସ୍କୁଲ୍ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ତଳକୁ କଦଳୀ ବୋଝେଇ ଟ୍ରକ ଖସିପଡ଼ିଥିଲା। ଗେଲପୁର ଛକ ନିକଟରେ ଟ୍ରକଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଗାଡିର ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ଓ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଧିକ ପଢନ୍ତୁ : ଧକ୍ ଧକ୍ ସହ ମୁଣ୍ଡର ଗୋଟିଏ ପଖାରେ ହେଉଛି କି ମୁଣ୍ଡବଥା? ଜାଣନ୍ତୁ ଏହାର କାରଣ ଓ ଉପଚାର...

ମିଳିଥିବା ସୂଚନା ଅନୁସାରେ ଟ୍ରକଟି କଦଳୀ ବୋଝେଇ କରି କଟକରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ଆଜି ସକାଳ ପ୍ରାୟ ୫ଟା ବେଳେ ଗେଲପୁର ଛକ ନିକଟରେ ଟ୍ରକଟି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଓଲଟି ପଡ଼ିଥିଲା। 

ଆଧିକ ପଢନ୍ତୁ : ସସକାଳୁ ସକାଳୁ ପେଟ ସଫା ହେଉନି କି ? କରନ୍ତୁ ଏହି କାମ, ଥରକେ ହେବ ସଫା...

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଗାଡିର ଡ୍ରାଇଭର ଓ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଓ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି।

ଆଧିକ ପଢନ୍ତୁ : କର୍ମକ୍ଷେତ୍ରରେ କାମ ଚାପ ରହିବା ସହ ଏମାନେ ଅଧିକ ଖର୍ଚ୍ଚାନ୍ତ ହେବେ! ପଢନ୍ତୁ ଆଜିର ରାଶିଫଳ  
 

Share this story