୧୦ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ବେଲଗାଁ ଏଆରଆଇ, ଗିରଫ କଲା ଭିଜିଲାନ୍ସ
 

Asst RI among two held for taking bribe in Odishas Balangir
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଏଆରଆଇ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବଲାଙ୍ଗିର ସଇଁତଳା ଥାନା ଅନ୍ତର୍ଗତ ବେଲଗାଁ ଏଆରଆଇ ରେଶମା ମାଝୀ ଲାଞ୍ଚ ମାମଲାରେ ଗିରଫ ହୋଇଛନ୍ତି । ରେଶମାଙ୍କୁ ଗିରଫ କରିଛି ଭିଜିଲାନ୍ସ । 

ସୂଚନା ମୁତାବକ, ଶିଶକେଲା ଗାଁ ବାସିନ୍ଦା ବାସୁଦେବ ନନ୍ଦ ଜମିର କାଗଜପତ୍ର କାର୍ଯ୍ୟ କରାଇବା ପାଇଁ ଏଆରଆଇଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦରଖାସ୍ତ ଦେଇଥିଲେ । କାମ କରାଇ ଦେବାପାଇଁ ରେଶମା ବାସୁଦେବଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । 

ଅଧିକ ପଢନ୍ତୁ : ଆପଣଙ୍କ ହୋଇଛି କି କିଡନୀ ଷ୍ଟୋନ୍ ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

ତେବେ ବାସୁଦେବ ଟଙ୍କା ନଦେଇ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ । ଯୋଜନା ମୁତାବକ, ଅଫିସରେ ବାସୁଦେବ ରେଶମାଙ୍କୁ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଠିକ୍ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । 

ଉଭୟ ରେଶମା ଏବଂ ମଣ୍ଟୁ ନାମକ ଜଣେ ମଧ୍ୟସ୍ଥିକୁ ଗିରଫ କରିବାରେ ସକ୍ଷମ ହୋଇଛି ଭିଜିଲାନ୍ସ । ବର୍ତ୍ତମାନ ଉଭୟଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିବା ସୂଚନା ମିଳିଛି ।

ଅଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!
 

Share this story