ୱାର୍ଡ ମେମ୍ବରଙ୍କ ମୁଣ୍ଡକୁ ପଥରରେ ଛେଚି ନିଲମ୍ବିତ ହେଲେ ଥାନା ଏସଆଇ (ASI)

ASI of Jankia Police Station Suspended Over Alleged Attack On Ward Member
ନିଲମ୍ବିତ ହେଲେ ଥାନା ଏସଆଇ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମହଙ୍ଗା ପଡ଼ିଲା ଥାନାରେ ପୁଲିସ ଅଫିସରଙ୍କ ଦାଦାଗିରି। ନିଲମ୍ବିତ ହେଲେ ଜଙ୍କିଆ ଥାନା ଏସଆଇ ନିରଞ୍ଜନ ମହାନ୍ତି। ମଦ ନିଶାରେ ଚୁର୍ ଖାକି ବାବୁଙ୍କ କାରନାମାର ଭିଡିଓ ଭାଇରାଲ୍ ହୋଇଛି। ଏସମ୍ପର୍କରେ ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି । ଥାନାରେ ଅଭିଯୋଗ କରିବାକୁ ଆସିଥିବା ଜଣେ ଲୋକଙ୍କ ମୁଣ୍ଡକୁ ଟେକା ମାରି ଫଟାଇ ଦେଇଥିଲେ ଏସଆଇ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଜଙ୍କିଆ ଥାନାରେ କାର୍ଯ୍ୟରତ ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଅତ୍ୟଧିକ ମଦ୍ୟପାନ କରି ଏଭଳି କାଣ୍ଡ ଭିଆଇଥିବା ଥାନାରେ ଅଭିଯୋଗ ହୋଇଥିଲା। ବାଲିଗାଡିଆ ଗାଁର ନବକିଶୋର ହରିଚନ୍ଦନ ନିଜର ଜଣେ ସଂମ୍ପର୍କୀୟଙ୍କ ସହିତ ଥାନାକୁ ଯାଇଥିବା ବେଳେ ସବ୍ଇନ୍ସପେକ୍ଟରଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାପରେ ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଉତକ୍ଷିପ୍ତ ହୋଇ ନବକିଶୋରଙ୍କ ମୁଣ୍ଡକୁ ଟେକା ଫିଙ୍ଗି ଦେଇଥିଲେ।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ଏନେଇ ଜଙ୍କିଆ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଥାନାକୁ ଯାଇ ପଚରାଉଚରା କରି ବୁଝାବୁଝି କରୁଥିବା ବେଳେ ନିରଞ୍ଜନ ସମିତି ସଭ୍ୟଙ୍କୁ ମଧ୍ୟ ମାଡ ମାରିଥିଲେ। ଘଟଣା ନେଇ ସ୍ଥାନୀୟ ଜଙ୍କିଆ ବାଲିଗାଡିଆ ଲୋକେ ଥାନା ସମ୍ମୁଖରେ ତାଲା ପକାଇ ସବ୍ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ଘଟଣାରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

Share this story