୯ ବର୍ଷୀୟ ବାଳକର ବଞ୍ଚିଗଲା ଜୀବନ, ବିନା ଅସ୍ତ୍ରୋପଚାରରେ ଫୁସଫୁସରୁ ବାହାରିଲା ସିଲେଇ ଛୁଞ୍ଚି 
 

AIIMS Bhubaneswar docs remove needle from lung of 9-year-old boy
ବିନା ଅସ୍ତ୍ରୋପଚାରରେ ଫୁସଫୁସରୁ ବାହାରିଲା ସିଲେଇ ଛୁଞ୍ଚି 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଏକ ଉଲ୍ଲେଖନୀୟ ତଥା ଅଭିନବ ପ୍ରୟାସ ସ୍ବରୂପ ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗ ସଫଳତାର ସହିତ ୯ ବର୍ଷୀୟ ବାଳକର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଅସାବଧାନତାବଶତଃ ଗିଳିଦେଇଥିବା ଏକ ସିଲେଇ ଛୁଞ୍ଚିଟି ନାବାଳକଙ୍କର ବାମପାର୍ଶ୍ବ ଫୁସ୍‌ଫୁସ୍‌ର ନିମ୍ନଭାଗରେ ଲାଗିଯାଇଥିଲା। 

ଏପରି ପରିସ୍ଥିତିରେ ଉକ୍ତ ତୀକ୍ଷ୍‌ଣ ସାମଗ୍ରୀକୁ ବାହାରି କରିବାକୁ ଜଟିଳ ଅସ୍ତ୍ରୋପଚାରର ଆବଶ୍ୟକତା ଜରୁରୀ ଥିଲା। ମାତ୍ର ଏମ୍‌ସ ଶିଶୁ ବିଭାଗର ଏକ ଚିକିତ୍ସକ ଦଳ ରାଜ୍ୟରେ ପ୍ରଥମ କରି ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଫୁସଫୁସରୁ ଉକ୍ତ ସିଲେଇ ଛୁଞ୍ଚି ବାହାରି କରି ରେକର୍ଡ କରିଛନ୍ତି।

ଅଧିକ ପଢନ୍ତୁ :ଏହି ଖାଦ୍ୟ ଖାଇବା ଶୀଘ୍ର ବନ୍ଦ କରନ୍ତୁ ; ନଚେତ୍ ଭୋଗିବେ ପେଟ କ୍ୟାନ୍ସର, ଜାଣନ୍ତୁ ଏହାର ଲକ୍ଷଣ

ପଶ୍ଚିମବଙ୍ଗରୁ ଆସିଥିବା ଏହି ନାବାଳକଜଣଙ୍କ ଅନ୍ୟମନସ୍କ ଭାବେ ପ୍ରାୟ ୪ସେମି ଲମ୍ବର ଉକ୍ତ ସିଲେଇ ଛୁଞ୍ଚିକୁ ଗିଳିଦେଇଥିଲେ। ଯାହାକି ଫୁସ୍‌ଫସ୍‌ରେ ଲାଗିଥିଲା। ତେବେ ଗିଳିବାର ଦୁଇ ଦିନ ପରେ ଉକ୍ତ ନାବାଳକଙ୍କୁ ଏମ୍‌ସ ଭୁବନେଶ୍ୱରକୁ ଅଣାଯାଇଥିଲା।ଶିଶୁ ବିଭାଗକୁ ଆସିବା ପରେ ନାବାଳକଙ୍କ ଏପରି ଗୁରୁତର ସ୍ଥିତି ଦେଖି ଏହାକୁ ବିନା ଅସ୍ତ୍ରୋପଚାରରେ ବାହାର କରିବାକୁ ଡାକ୍ତରୀ ଦଳ ନିଷ୍ପତି ନେଇଥିଲେ। 

କାରଣ ଫୁସ୍‌ଫୁସ୍‌ରେ ଛୁଞ୍ଚିର ଅବସ୍ଥିତି ଯେପରି ଥିଲା, ଏପରି ସ୍ଥଳେ ଜଟିଳ ଅସ୍ତ୍ରୋପଚାର ସାହାଯ୍ୟ ଜରୁରୀ ଥିଲା। ସ୍ଥଳବିଶେଷରେ ଫୁସ୍‌ଫୁସ୍‌ର କିଛି ଅଂଶକୁ ମଧ୍ୟ କଢ଼ାଯିବା ଆବଶ୍ୟକ ପଡ଼ିବାର ଯଥେଷ୍ଟ ଆଶଙ୍କା ଥିଲା। ତେଣୁ ଶିଶୁ ବିଶେଷଜ୍ଞ ଡ. ରଶ୍ମି ରଂଜନ ଦାସ, ଡ. କ୍ରିଷ୍ଣ ଏମ୍‌ ଗୁଲ୍ଲା, ଡ. କେତନ ଏବଂ ଡ. ରାମକୃଷ୍ଣଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଦଳ ବିନା ନିରାପଦରେ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଛୁଞ୍ଚିକୁ ବାହାର କରିବାରେ ସଫଳତା ହାସଲ କରିଥିଲେ। ଏହି ପ୍ରକ୍ରିୟା ପ୍ରାୟ ଏକ ଘଣ୍ଟା ସମୟ ନେଇଥିଲା।

ଅଧିକ ପଢନ୍ତୁ :ଆର୍ଥିକ ସମସ୍ୟା ଦେଖା ଦେବା ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ଚିନ୍ତାରେ ରହିବେ! ପଢନ୍ତୁ ଆଜିର ରାଶିଫଳ 

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏମ୍‌ସର ଚିକିତ୍ସକଙ୍କ ଏପରି ଉତ୍ସର୍ଗୀକୃତ ମନୋଭାବକୁ ଅଭିନନ୍ଦନ ଜଣାଇବା ସହିତ ଏପରି ବିପଦପୂର୍ଣ୍ଣ କାମକୁ ସଫଳତାର ସହିତ ସମ୍ପନ୍ନ କରିଥିବା ଜୀବନ ରକ୍ଷା ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। ଏମ୍‌ସ ସର୍ବଦା ଜନସାଧାରଣଙ୍କ ଜୀବନ ରକ୍ଷା ନିମିତ୍ତ ପ୍ରତିବଦ୍ଧ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏପରି ଜଟିଳ ସ୍ଥିତିରେ ଅସ୍ତ୍ରୋପଚାର ନାବାଳକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଆନ୍ତା। ମାତ୍ର ଏମ୍‌ସ ପକ୍ଷରୁ ଏପରି ଅଭିନବ ଉପାୟରେ କରାଯାଇଥିବା ପ୍ରକ୍ରିୟା ବେଶ୍ ଲାଭଦାୟୀ ହୋଇପାରିଥିବା ଡ. ରଶ୍ମୀ ରଂଜନ ଦାସ ପ୍ରକାଶ କରିଛନ୍ତି। ଚାରି ଦିନ ପରେ ଉକ୍ତ ନାବାଳକଙ୍କୁ ହସ୍‌ପିଟାଲରୁ ଡିସ୍‌ଚାର୍ଯ କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ସହିତ ସାଧାରଣ ଜୀବନଯାପନ କରୁଥିବା ଡ. ଦାସ ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ :୧୦ ଥର ବିଧାୟିକା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ, ଗତକାଲି ମୁଖ୍ୟମନ୍ତ୍ରୀ ଭେଟି...
 

Share this story