ହୋଟେଲରେ ଖାଇବା ପାଇଁ ବସିଥିବାବେଳେ ହଠାତ୍ ଚାଲିଗଲା ଜୀବନ, ମୃତ୍ୟୁ ସମୟର ପୂରା ଦୃଶ୍ୟ ସିସିଟିଭିରେ କଏଦ

A Man Sudden death while eating at hotel
ହୋଟେଲରେ ଖାଇବା ପାଇଁ ବସିଥିବାବେଳେ ହଠାତ ଚାଲିଗଲା ଜୀବନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଏମିତି ବି ମୃତ୍ୟୁ ଆସେ । ହୋଟେଲରେ ଖାଇବା ପାଇଁ ବସିଥିବାବେଳେ ଚାଲିଗଲା ଜୀବନ । ପୁରୀ ବେଳାଭୂମି ନିକଟ ରେଣୁକା ଗଳିରେ ଘଟିଛି ଅଘଟଣ । ଏକ ହୋଟେଲକୁ ଖାଇବାକୁ ଆସି ବସିଥିବାବେଳେ ହଠାତ ଟଳିପଡ଼ିଥିଲେ ଗ୍ରାହକ ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ମୃତ୍ୟୁ ସମୟର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ହୋଟେଲ ମାଲିକଙ୍କ କହିବା ଅନୁସାରେ ମୃତକ ଶ୍ରୀକାକୁଲମ ଅଞ୍ଚଳର । ସେ ସମୁଦ୍ରକୂଳ ରାସ୍ତାରେ ବସି ଜୋତା ସିଲାଇ କରୁଥିଲେ । ଗତ ୫ ବର୍ଷ ହେବ ସେ ସେହି ହୋଟେଲକୁ ଖାଇବାକୁ ଆସୁଥିଲେ ।

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ସବୁଦିନ ଭଳି ଗତକାଲି ସନ୍ଧ୍ୟାରେ ଖାଇବାକୁ ଆସି ବସିଥିବାବେଳେ ଅଘଟଣ ଘଟିଥିଲା । ପ୍ରଥମେ ହୋଟେଲକୁ ଆସି ବିଚଳିତ ଦେଖାଯାଉଥିଲେ ସଂପୃକ୍ତ ବ୍ୟକ୍ତି । ପରେ ହଠାତ ସେଇଠି ହିଁ ଟଳିପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
 

Share this story