ବିଲେଇକୁ ବଞ୍ଚାଇବାକୁ ଯାଇ କୂଅକୁ ଡେଇଁଲେ ୩ ଜଣ, ଶ୍ବାସରୁଦ୍ଧ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ଓଡ଼ିଆ ଗସିପ୍ ବ୍ୟୁରୋ: ଭୁବନେଶ୍ୱର:ବିଲେଇକୁ ଉଦ୍ଧାର କରିବାକୁ ଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ପଟିଆ ପିଏଚ ଷ୍ଟେସନ ନିକଟରେ।
ଅଧିକ ପଢ଼ନ୍ତୁ: ଘରେ ଛାଡିବା ବାହାନାରେ ଶାଳିକୁ ମଦ ପିଆଇ ୪ସାଙ୍ଗ ସହ ମିଶି ଭିଣେଇ କଲା ଦୁଷ୍କର୍ମ, ରାତିସାରା ଚେତାଶୂନ୍ୟ...
ଗୋଟେ ୬୦ଫୁଟ ଗଭୀରତା ଥିବା ପରିତ୍ୟକ୍ତ କୁଅଁରେ ଗୋଟେ ବିଲେଇ ପଡ଼ି ଯାଇଥିଲା। ତାକୁ ତାର ମାଲିକ ବାଲଟିରେ ବାହାର କରୁଥିଲେ। ସେହି ସମୟରେ ସେହି ଛକରେ ଆଇସକ୍ରିମ ବିକ୍ରି ପରିବାର ପ୍ରତିପୋଷଣ କରୁଥୁବା ଶିବରାମ ସାହୁ। ବିଲେଇକୁ ଉଦ୍ଧାର ପାଇଁ କୂଅକୁ ଓଲ୍ହାଇ ଥିଲେ ଶିବରାମ ।
ଅଧିକ ପଢ଼ନ୍ତୁ: ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ଏହି ରାଶିର ଲୋକ; ନଚେତ୍ ପଡ଼ିବ ଶନି-ରାହୁଙ୍କ କୋପ
କୂଅ ଭିତରେ ଶିବରାମ ଅଣନିଶ୍ୱାସୀ ହୋଇଥିବା ଦେଖି ଶଙ୍କର ଦାସ ନାମକ ସ୍ଥାନୀୟ ଯୁବକ ତାଙ୍କୁ ଉଦ୍ଧାର ପାଇଁ ସେ ମଧ୍ୟ କୂଅକୁ ଓହ୍ଲାଇଥିଲେ। ସେ ମଧ୍ୟ ଅଣ ନିଶ୍ୱାସୀ ହୋଇଯାଇଥିଲେ। ଶେଷରେ ମୃତବ୍ୟକ୍ତି ଶିବରାମଙ୍କ ବଡଭାଇ ଭଜମନ ସାହୁ ସେମାନଙ୍କୁ ଉଦ୍ଧାର ପାଇଁ କୂଅକୁ ଓଲ୍ହାଇ ଥିଲେ। କିନ୍ତୁ ଭଜମନ କାହାରିକୁ ଉଦ୍ଧାର କରି ନ ପାରି ଭିତରେ ଗୋଟେ ରଶିକୁ ଧରି ରହିଥିଲେ। ସ୍ଥାନୀୟ ଲୋକଙ୍କ ଖବର ଅନୁସାରେ ଦମକଳ ବାହନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଶିବରାମ ସାହୁଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲା ।
ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ମୃତ୍ୟୁର ଦୁଃଖରେ କାନ୍ଦୁଥିବା ବେଳେ ସ୍ତ୍ରୀଙ୍କ ଚାଲିଗଲା ଜୀବନ, ଦୁହେଁ ଗୋଟିଏ ଜୁଇରେ ଏକାଠି ଜଳିଲେ