ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ଲାଞ୍ଚୁଆ ପୋଲିସ ଏସଆଇ, ପୋଲିସ ବାବୁଙ୍କ ଠାରୁ ଠାବ ହେଲାଣି ୧.୫ ଟଙ୍କାର ସମ୍ପତି, ଜାଣନ୍ତୁ କଣ ସବୁ ରହିଛି...

ଓଡ଼ିଆ ଗସିପ୍ ବ୍ୟୁରୋ: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଭୁବନେଶ୍ୱର ଅଧୀନରେ ଆସୁଥିବା ତମାଣ୍ଡୋ ଥାନାରେ କାର୍ଯ୍ୟରତ ଥିବା ଜଣେ ପୋଲିସ ଏସଆଇଙ୍କ ଘରେ ରେଡ ଜାରି ରଖିଛି । ତମଣ୍ଡୋ ଥାନା SI ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଛି ।
ଭୁବନେଶ୍ୱରର 3ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । ପାଇକନଗରର ୪ ତାଲା ବିଲଡିଂ, ନୟାଗଡ଼ ନଛିପୂରର ଏକ ମହଲା ଘର ସମେତ ତମାଣ୍ଡୋ ଥାନାର SO ଅଫିସରେ ଏକକାଳିନ ରେଡ କରୁଛି ଭିଜିଲାନ୍ସ । ଏହି ରେଡରେ ସାମିଲ ଅଛନ୍ତି ୩ ଜଣ ଡ଼ିଏସପି, ୧୧ ଜଣ ଇନସିପେକ୍ଟର, 6ଜଣ ଏସଆଇ ।
ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ରାଜଧାନୀରେ ବିଚ୍ ରାସ୍ତାରେ ସ୍କୁଲ ଛାତ୍ରୀଙ୍କୁ ଏସିଡ୍ ମାଡ଼ କଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ପୁରା ଘଟଣା, ଚିନ୍ତାରେ ପିତାମାତା...
ବର୍ତମାନ ସୁଦ୍ଧା ଭିଜିଲାନ୍ସ ଏହି ପୋଲିସ ବାବୁଙ୍କ ନିକଟରୁ ୨ କୋଟିରୁ ଅଧିକ ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତି ଠାବ କରିସାରିଲେଣି । ଯେଉଁଥିରେ ରହିଛି ଭୁବନେଶ୍ୱର ପାଇକନଗରରେ ଥିବା 10000 sqft ର ଏକ ଚାରି ମହଲା କୋଠା ଯାହାର ବଜାର ଦର ମୂଲ୍ୟ 1.5 କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।
ଖାଲି ଏତିକି ନୁହେଁ ଏହି ଲାଞ୍ଚୁଆ ପୋଲିସ ବାବୁଙ୍କର ନୟାଗଡ ନାଛିପୁରରେ ଏକ ମହଲା ଘର, ଭୁବନେଶ୍ୱର ଏବଂ ନୟାଗଡରେ 8ଟି ପ୍ଲଟ ରହିଛି, ବ୍ୟାଙ୍କ ଡିପୋଜିଟ 78.80 ଲକ୍ଷ୍ୟ ଟଙ୍କା ରହିଛି, ଘରୁ ନଗଦ 1.75 ଲକ୍ଷ୍ୟ ଟଙ୍କା ଜବତ ହୋଇଛି ଏବଂ ଘରୁ 3ଟି ବାଇକ ଭିଜିଲାନ୍ସ ଠାବ କରିଛି । ଆଗକୁ ତଦନ୍ତ ଜାରି ରହିବ ବୋଲି ଭିଜିଲାନ୍ସ ଜଣାଇଛି ଏବଂ ସମ୍ପତି ପରିମାଣ ବଢିପାରେ ବୋଲି ସୂଚନା ଦେଇଛି ତଦନ୍ତକାରୀ ଟିମ ।