ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ୧୫ରୁ କଟିବ ଚାଲାଣ: ୫ ହଜାରରୁ ୧୦ ହଜାର ଟଙ୍କା ଜୋରିମାନା
ଓଡ଼ିଆ ଗସିପ ବ୍ୟୁରୋ: ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍କୁ ନେଇ ଆସିଛି ବଡ଼ ଖବର । ଚଳିତ ମାସ ୧୫ ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି) ଧରପଗଡ଼ ଅଭିଯାନ ଆରମ୍ଭ ହେବ ।
ଯେଉଁ ଗାଡ଼ିର ଶେଷ ନମ୍ବର ୧,୨,୩,୪,୫ ଓ ୬ ଥିବା ସେହି ଗାଡ଼ି ଗୁଡିକୁ ଯାଞ୍ଚ କରାଯିବ । ଉପରୋକ୍ତ ସଂଖ୍ୟା ଯୁକ୍ତ ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ଏଚ୍ଏସ୍ଆରପି ଆବେଦନ ସମୟସୀମା ଗତବର୍ଷ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରହିଥିଲା । ତେଣୁ ଏବେ ଏସବୁ ଶେଷ ସଂଖ୍ୟା ଥିବା ଗାଡ଼ି ଗୁଡିକୁ ଯାଞ୍ଚ କରିବା ପାଇଁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି ।
ରେଜିଷ୍ଟ୍ରେସନ୍ ନମ୍ବରର ଶେଷ ସଂଖ୍ୟା ୭ ଓ ୮ ଥିଲେ ଚଳିତ ବର୍ଷ ଜାନୁଆରୀ ୩୧ ତାରିଖ ସୁଦ୍ଧା ଏଚ୍ଏସ୍ଆରପି ଲଗାଇବା ଜରୁରୀ । ସେହିପରି ଶେଷ ସଂଖ୍ୟା ୯ ଓ ୦ ଥିଲେ ଏଚ୍ଏସ୍ଆରପି ଲଗାଇବା ପାଇଁ ଆସନ୍ତା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏହା ପରେ ସବୁ ଗାଡ଼ିକୁ ଯାଞ୍ଚ କରାଯିବ ।
ଏଠି କ୍ଲିକ କରି ଅଧିକ ପଢନ୍ତୁ: ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବେ, ଜାଣନ୍ତୁ କିପରି ରହିବ ଆପଣଙ୍କ ରାଶି ଉପରେ ପ୍ରଭାବ...
ରାଜ୍ୟ ପରିବହନ କମିଶନର (ଏସ୍ଟିଏ)ଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୧୫ ତାରିଖ ପରେ ୧ରୁ ୬ ସଂଖ୍ୟା ପର୍ଯ୍ୟନ୍ତ ଥିବା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲାଗିନଥିଲେ ଚାଲାଣ କଟିବ । ପରବର୍ତ୍ତି ପର୍ଯ୍ୟାୟରେ ଅନ୍ୟ ସଂଖ୍ୟା ଯୁକ୍ତ ନମ୍ବର ପ୍ଲେଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ମୋଟର ଯାନ ଆଇନ୍ ୧୯୮୮ର ଧାରା ୧୯୨ ଅନୁସାରେ ଏଚ୍ଏସ୍ଆରପି ନଥିଲେ ୫୦୦୦ରୁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ । ଅତିରିକ୍ତ ପରିବହନ କମିଶନର ଲାଲ ମୋହନ ସେଠୀ କହିଛନ୍ତି ଏପ୍ରିଲ ୧, ୨୦୧୯ ପୂର୍ବରୁ ପଞ୍ଜିକୃତ ଗାଡିରେ ଏଚ୍ଏସ୍ଆରପି ଲଗାଇବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଜାନୁଆରୀ ୯ ତାରିଖ ସୁଦ୍ଧା ରାଜ୍ୟରେ ୩୫,୫୬,୮୧୯ ଟି ଗାଡ଼ି ମାଲିକ ଏଚ୍ଏସ୍ଆରପି ପାଇଁ ବୁକିଂ କରିଛନ୍ତି । ସେଥି ମଧ୍ୟରୁ ୨୭,୨୪,୯୯୪ଟି ଗାଡ଼ିରେ ଏଚ୍ଏସ୍ଆରପି ଲାଗି ସାରିଛି । ତେଣୁ ଅବଶିଷ୍ଟ ଗାଡ଼ି ମାଲିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଏଚ୍ଏସ୍ଆରପି ପାଇଁ ଆବେଦନ କରନ୍ତୁ ।
ଏଠି କ୍ଲିକ କରି ଅଧିକ ପଢନ୍ତୁ: ଜନ୍ମ କଲା ଝିଅକୁ ମାରିଦେଲା ବାପା ! ହତ୍ୟା ପରେ ଶବକୁ ପୋଡି ପାଉଁଶକୁ ଗାୟବ କରିଦେଲା ହତ୍ୟାକାରୀ
ଯେଉଁ ଗାଡ଼ି ମାଲିକ ଅନ୍ଲାଇନ୍ ବ୍ୟବହାର ଜାଣି ନାହାନ୍ତି ଅବା ଇଣ୍ଟରନେଟ୍ ସୁବିଧା ନାହିଁ ସେମାନେ ମୋ ସେବା କେନ୍ଦ୍ର ଅବା ଆରଟିଓରେ ଏଚ୍ଏସ୍ଆରପି ପାଇଁ ଆବେଦନ କରିପାରିବେ । ବିଭିନ୍ନ ଗାଡ଼ି ନିର୍ମାତା ସେମାନଙ୍କ ପ୍ରାଧିକୃତ ବିକ୍ରେତାଙ୍କ ଜରିଆରେ ରାଜ୍ୟର ୮୮ଟି ସ୍ଥାନରେ ନମ୍ବର ପ୍ଳେଟ୍ ଲଗାଇବା ପାଇଁ ଫିଟ୍ମେଣ୍ଟ ସେଣ୍ଟର ଖୋଲିଛନ୍ତି । କିଛି ଆରଟିଓରେ ମଧ୍ୟ ଫିଟ୍ମେଣ୍ଟ ସେଣ୍ଟର ଖୋଲାଯାଇଛି ବୋଲି ଶ୍ରୀ ସେଠୀ କହିଛନ୍ତି ।
୨୦୧୯ ଏପ୍ରିଲ ୧ ପୂର୍ବରୁ କ୍ରୟ କରାଯାଇ ଥିବା ଟ୍ରେଲର୍ ଏବଂ ଅନ୍ୟ ଗାଡ଼ି ଯାହାର ଉତ୍ପାଦନ ବନ୍ଦ ହୋଇଯାଛି, ସେହି ଗାଡ଼ି ପଞ୍ଜିକୃତ ହୋଇଥିବା ଆରଟିଓରେ ଏଚ୍ଏସ୍ଆରପି ଲଗାଇବା ବ୍ୟବସ୍ଥା ହୋଇଛି । ଯଦି ଏଚ୍ଏସ୍ଆରପି ଖରାପ ହୋଇଯାଇ ଥିବା ଅବା ଭାଙ୍ଗିଯାଇ ଥିବ ତା ହେଲେ ପୁନର୍ବାର ଲଗାଇବା ପାଇଁ ଏସ୍ଓପି ଜାରି କରାଯାଇଛି ।