ଜନ୍ମ କଲା ଝିଅକୁ ମାରିଦେଲା ବାପା ! ହତ୍ୟା ପରେ ଶବକୁ ପୋଡି ପାଉଁଶକୁ ଗାୟବ କରିଦେଲା ହତ୍ୟାକାରୀ

Accused father killed her daughter then set her on fire

ଓଡ଼ିଆ ଗସିପ ବ୍ୟୁରୋ: ସମାଜରେ ଏମିତି ବ୍ୟକ୍ତି ରୁହନ୍ତି ଯିଏ ନିଜ ରକ୍ତ ସମ୍ପର୍କ ଛୁଆ କୁ ବଳି ପକେଇଦିଅନ୍ତି ଯାହା ଏବେ ଓଡ଼ିଶାରେ ଘଟିଛି । ଜନ୍ମ କଲା ଝିଅକୁ ପୋଡି ମାରିଦେଲା ବାପା । ସାବତ ମାଆ କଥାରେ ପଡି ନିଜ ଝିଅର ସାଜିଲା ହତ୍ୟାକାରୀ ।

ଖାଲି ଏତିକି ନୁହେଁ କଲେଜ ପଢୁଆ ଝିଅକୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ମୃତ ଦେହକୁ ପୋଡି ପାଉଁଶକୁ ବି ଗାୟବ କରିଦେଇଛି । ଗୋପର ବିଜିପୁର ଗାଁରେ ଘଟିଛି ଏହି ଅମାନବୀୟ ଘଟଣା ।

ତେବେ ଯୁବତୀ ସୋନାଲିଙ୍କ ମୃତ୍ୟୁ ପରେ ତାଙ୍କ ବଡ ଭଉଣୀ ଏନେଇ ଗୋପ ଥାନାରେ ଏତଲା ଦେଇଛନ୍ତି । ସୋନାଲି ଗୋପ କଲେଜରେ ଯୁକ୍ତ ତିନିରେ ପାଠ ପଢୁଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଫାଷ୍ଟ ଟାଇମ୍ ଝିଅ ସହ ଡେଟିଂ କରୁଥିଲେ ସାବଧାନ! କରନ୍ତୁନି ଏହି ୫ଟି ଭୁଲ...

ମୃତ ଯୁବତୀଙ୍କ ବାପା ଦ୍ୱିତୀୟ ବିବାହ କରିବା ପରଠାରୁ ସାବତ ମାଆ କଥାରେ ପଡି ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ । କେବଳ ତାଙ୍କ ବାପା ନୁହେଁ ସାବତ ମା’ଙ୍କ ସହ ତାଙ୍କ ଭାଇ ମଧ୍ୟ ତାଙ୍କୁ ଶାରିରୀକ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭଉଣୀ ।

ଅଭିଯୋଗ ପାଇବା ପରେ ଅତିରିକ୍ତ ଏସପିଙ୍କ ନେତୃତ୍ୱେରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଶ୍ମଶାନରେ ପହଞ୍ଚି କିଛି ହାଡ ପାଉଁଶ ମଧ୍ୟ ଜବତ କରିଥିବା ବେଳେ ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖାଯାଇ ପୁଲିସ ପଚରାଉଚୁରା ଜାରି ରଖିଛି ।

Share this story