ଭାରି ପଡିଲା ପରକୀୟା ପ୍ରିତି ସମ୍ପର୍କ, ଓଡ଼ିଶାରେ ଦିଲ୍ଲୀ ଷ୍ଟାଇଲରେ ଗଡ଼ିଲା ମୁଣ୍ଡ!

Delhi style murder in Odisha extra marital affairs takes murder angle

ଓଡ଼ିଆ ଗସିପ ବ୍ୟୁରୋ: ଭାରି ପଡିଲା ଅବୈଧ ସମ୍ପର୍କ, ଓଡ଼ିଶାରେ ଦିଲ୍ଲୀ ଷ୍ଟାଇଲରେ ଗଡ଼ିଲା ମୁଣ୍ଡ! ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ସାରା ଦେଶରେ ହଇଚଇ ଖେଳାଇ ଦେଇଥିବା ବେଳେ ଓଡ଼ିଶାରେ ସମାନ କାରଣ ପାଇଁ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ ।

ଲିଭ୍-ଇନ୍ ରିଲେସନସିପ୍ ପାଇଁ ଜଣେ ଯୁବକଙ୍କୁ କରାଯାଇଛି ନିର୍ମମ ହତ୍ୟା । ଅଭିଯୋଗ ହେଉଛି ଯେ, ବାଲେଶ୍ୱରରେ ଜଣେ ଯୁବକଙ୍କୁ ପରକୀୟା ପ୍ରିତି ପାଇଁ ହତ୍ୟା କରିଛନ୍ତି ପ୍ରେମିକା ଓ ତାଙ୍କ ସ୍ୱାମୀ ।

ପୋଲିସ୍ ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲାର ଶ୍ରୀଧର ଦଳବେହେରା ବାଲେଶ୍ୱରରେ ଫକୀର ନାୟକ ଓ ତାଙ୍କ ପତ୍ନୀ ସୁମିତ୍ରା ନାୟକଙ୍କ ସହ ମିଶି ରହୁଥିଲେ । ତିନି ଜଣ ଏକ ପ୍ରୋଜେକ୍ଟରେ ଏକାଠି କାମ କରୁଥିଲେ ।

ଏହାରି ଭିତରେ ସୁମିତ୍ରା ଓ ଶ୍ରୀଧରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଫକୀର ଏବାବଦରେ ଜାଣିବା ପରେ ସ୍ତ୍ରୀ ସୁମିତ୍ରାକୁ ଛାଡ଼ି ନିଜ ଗାଁକୁ ପଳାଇଥିଲେ । ଏହାପରେ ସୁମିତ୍ରା ଓ ଶ୍ରୀଧର ଏକାଠି ରହୁଥିଲେ । କିନ୍ତୁ ଗତ ୫ ତାରିଖରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ପ୍ରତିଶୋଧ ପରାୟଣ ଥିବା ସୁମିତ୍ରା ପରଦିନ ରାତିରେ ଶ୍ରୀଧର ଶୋଇଥିବା ବେଳେ ଟାଙ୍ଗିଆରେ ତାଙ୍କ ଶରୀରରୁ ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲା । ଘଟଣା ସମ୍ପର୍କରେ ସୁମିତ୍ରା ନିଜ ସ୍ୱାମୀ ଫକୀରକୁ ଜଣାଇଥିଲେ ।

ଏହି ଲିଙ୍କ କ୍ଲିକ କରି ଅଧିକ ପଢନ୍ତୁ : ଭାଇର ପ୍ରବଳ ନେଳୁଆମୀ; ୧୩ ବର୍ଷର ସାବତ ଭଉଣୀ ସହ ଦୁଷ୍କର୍ମ ପରେ କରାଇଲା ଗର୍ଭପାତ, ତା’ପରେ...

ଏହି ଲିଙ୍କ କ୍ଲିକ କରି ଅଧିକ ପଢନ୍ତୁ : ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର ମଧୁମେହକୁ ସନ୍ତୁଳିତ କରିବା ସହ ୯ଟି ରୋଗ ପାଇଁ ବି ହୋଇଥାଏ ରାମବାଣ

ଫକୀର ନୟାଗଡ଼ରୁ ଆସିବା ପରେ ଶ୍ରୀଧରଙ୍କ ମୃତହେଦକୁ ଗାଁର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଫୋପାଡ଼ି ଦେଇଥିଲେ । ଆଉ କଟା ମୁଣ୍ଡକୁ ବାଲେଶ୍ୱରରୁ ୯୦ କିଲୋମିଟର ଦୂର ଭଦ୍ରକର ଭଣ୍ଡାରିପୋଖରୀରେ ପିଙ୍ଗି ଦେଇଥିଲେ ।

ପୋଲିସ୍ ଘଟଣାରେ ଉଭୟ ସ୍ୱାମୀ ଓ ସ୍ତ୍ରୀକୁ ଗିରଫ କରିଛି । ସେପଟେ ଅଭିଯୁକ୍ତକୁ ସାଥୀରେ ଧରି ବାଲେଶ୍ୱର ପୋଲିସ୍ ଭଦ୍ରକର ଭଣ୍ଡାରୀପୋଖରୀରେ ପହଞ୍ଚିଥିଲା, ଆଉ ସିନ୍ ରିକ୍ରିଏଟ୍ କରିଥିଲା ।

ଅଭିଯୁକ୍ତର ତଥ୍ୟ ଅନୁସାରେ କଟାମୁଣ୍ଡକୁ ଉଦ୍ଧାର ପରେ ତଦନ୍ତ ଆଗକୁ ବଢ଼ାଇଛି ପୋଲିସ୍ । ତେବେ ଏଭଳି ଭୟାନକ ଓ ନିର୍ମମ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Share this story