World Odia Language Conferene

ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର ମଧୁମେହକୁ ସନ୍ତୁଳିତ କରିବା ସହ ୯ଟି ରୋଗ ପାଇଁ ବି ହୋଇଥାଏ ରାମବାଣ

Eat Guava daily to keep away from nine diseases and stay healthy

ଓଡ଼ିଆ ଗସିପ ବ୍ୟୁରୋ: ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଯେ ପିଜୁଳିର ଗୋଟିଏ ପତ୍ର ସେବନ କରିବା ଦ୍ୱାରା ୯ ରୁ ଅଧିକ ରୋଗ ଭଲ ହୋଇଥାଏ । ଯେଉଁଥିରେ ଦାନ୍ତରେ କଷ୍ଟ, ଗଳାରେ କଷ୍ଟ, ମାଢିରେ କଷ୍ଟ, ବ୍ରଣ ଏବଂ ଡାଇବେଟିସ ଭଳି ରୋଗରୁ ଏହି ପତ୍ର ଆମକୁ ବଞ୍ଚାଇଥାଏ । ତେବେ ଆସନ୍ତୁ ଜାଣିବା ପିଜୁଳି ପତ୍ରର ସେବନ କରିବା ଦ୍ୱାରା ଆମ ଶରୀରର କେଉଁ ସବୁ ଉପକାର ହୋଇଥାଏ :---

୧- ଆଣ୍ଠୁଗଣ୍ଠି ବିନ୍ଧା :

ଯେଉଁ ଲୋକମାନଙ୍କର ବହୁତ ଦିନ ଧରି ଆଣ୍ଠୁଗଣ୍ଠିର ସମସ୍ୟା ରହିଥାଏ, ତେବେ ସେମାନେ ଏହି ପିଜୁଳି ପତ୍ର ସେବନ କରିପାରିବେ । ଏଥିପାଇଁ ଆପଣ ପିଜୁଳି ପତ୍ରକୁ କୁଟି ତାହାକୁ ଗରମ କରି ଗଣ୍ଠି ବିନ୍ଧୁଥିବା ସ୍ଥାନରେ ଲଗାନ୍ତୁ । ଏହା ଆପଣଙ୍କୁ ଆରାମ ଦେବା ସହିତ ଆପଣଙ୍କ କଷ୍ଟ ମଧ୍ୟ ଦୂର ହୋଇଥାଏ ।

୨- ପେଟ ସମସ୍ୟା :

ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି ପିଜୁଳି ପତ୍ର ବହୁତ ଲାଭ ଦାୟକ ହୋଇଥାଏ । ପେଟ ସମସ୍ୟା ମଧ୍ୟ ଦୂର କରିଦେଇଥାଏ, ଯେଉଁ ମାନଙ୍କୁ ଡାଇରିୟା ସମସ୍ୟା ରହିଥାଏ, ସେମିତି ଲୋକମାନଙ୍କ ପାଇଁ ପିଜୁଳି ପତ୍ର ବହୁତ ଲାଭଦାୟକ ହୋଇଥାଏ । ଏଥିପାଇଁ ଏକ କପ ପାଣିରେ ପିଜୁଳି ପତ୍ରକୁ ଫୁଟାନ୍ତୁ, ସେହି ପାଣିକୁ ଥଣ୍ଡା କରି ଭଲ ଭାବରେ ଛାଣି ନେଇ ପିଇ ନିଅନ୍ତୁ ।

୩- ସ୍ୱପ୍ନ ଦୋଷ :

ଯେଉଁ ଲୋକମାନଙ୍କର ସ୍ୱପ୍ନ ଦୋଷ ରହିଥାଏ, ସେମିତି ଲୋକମାନଙ୍କୁ ପିଜୁଳି ପତ୍ରର ସେବନ କରିବା ଆବଶ୍ୟକ । ଏଥିପାଇଁ ପିଜୁଳି ପତ୍ରର ରସରେ ମହୁ ମିଶାଇ ପ୍ରତିଦିନ ନିୟମିତ ଭାବରେ ସେବନ କରନ୍ତୁ ।

ଏହି ଲିଙ୍କ କ୍ଲିକ କରି ଅଧିକ ପଢନ୍ତୁ : ଆଜିର ରାଶିଫଳ: ମିଥୁନ ରାଶିର ଲୋକଙ୍କୁ ହେବ ଲାଭ, ଏମାନେ ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର...

ଏହି ଲିଙ୍କ କ୍ଲିକ କରି ଅଧିକ ପଢନ୍ତୁ : କେତେକ ସଂକେତ ଆମ ଜୀବନରେ ଆଣିଦେଇଥାଏ ଅନେକ ପରିବର୍ତ୍ତନ, ଏହି ୫ଟି ସଂକେତ ଦେଇଥାଏ ଶୁଭ ସୂଚନା

୪- ମୋଟାପଣ :

ପିଜୁଳିର ପତ୍ର ଜଟିଳ ଷ୍ଟାଚ କୁ ସୁଗାରରେ ପରିଣତ ହେବାକୁ ରୋକିଥାଏ, ଏହାଦ୍ୱାରା ଶରୀରର ଓଜନ କମ କରିବାରେ ସହାୟତା ମିଳିଥାଏ ।

୫- କୋଷ୍ଠକାଠିନ୍ୟ :

ପିଜୁଳିର କଅଁଳିଆ ପତ୍ରକୁ ପାଣିରେ ଫୁଟାଇ, ସେହି ପାଣିକୁ ସେବନ କରିବା ଦ୍ୱାରା ବହୁତ ପୁରୁଣା କୋଷ୍ଠକାଠିନ୍ୟ ରୁ ମୁକ୍ତି ମିଳିଥାଏ ।

୬- ଦୁର୍ବଳତା :

ପିଜୁଳି ପତ୍ରକୁ ପେଶି ସେଥିରୁ ରସକୁ ବାହର କରି, ସେଥିରେ ସ୍ୱାଦ ଆନୁସାରେ ଚିନି ମିଶାଇ ତାହାର ସେବନ କରିବା ଦ୍ୱାରା ଶରୀରର ଦୁର୍ବଳତା ଦୂର କରିଥାଏ ।

୭- କେଶର ସମସ୍ୟା :

ଏହି ପତ୍ର ରେ ବହୁତ ଅଧିକ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଏହା କେଶର ଗ୍ରୋଥ ପାଇଁ ବହୁତ ଲାଭଦାୟକ ହୋଇଥାଏ ।

୮- ଡାଇବେଟିସ :

ପିଜୁଳିର ପତ୍ର ଆଲଫା ଗ୍ଲୋକ ସାଇଟିସ ଏନଜାଇମ କ୍ରିୟା ଦ୍ୱାରା ରକ୍ତ ଶର୍କରାକୁ କମ କରିଥାଏ । ଯେଉଁଥିରୁ ସୁଗାରର ସ୍ତର ନିୟନ୍ତ୍ରିତ ରହିଥାଏ ।

୯- ମୁଣ୍ଡବିନ୍ଧା :

ଅଧା କପାଳ ବିନ୍ଧା ପାଇଁ ସୂର୍ଯ୍ୟ ଉଦୟ ପୂର୍ବରୁ ପିଜୁଳିର କିଛି ପତ୍ର ନେଇ ଅବା କଞ୍ଚା ପିଜୁଳିକୁ ନେଇ ତାହାର ଲେପ ବନାନ୍ତୁ । ଏବଂ ତାହାକୁ ମୁଣ୍ଡରେ ଲଗାନ୍ତୁ, କିଛିଦିନ ପର୍ଯ୍ୟନ୍ତ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କୁ ବହୁତ ଆରାମ ଲାଗିଥାଏ ।
 

Share this story