ଅଟୋରେ ୧୮ଜଣ ଯିବା ହେଲା କାଳ : ଓଲଟିଲା ଗାଡି; ଜଣେ ମହିଳା ଶ୍ରମିକ ମୃତ, ୧୫ ଆହତ...

Auto accident kills one and injured 15 on spot

ଓଡ଼ିଆ ଗସିପ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ । ଏହି ଦୁର୍ଘଟଣାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ରାୟଗଡା ଜିଲ୍ଲା ସାଙ୍କେଶ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥଇବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ରାୟଗଡା ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଆଜି ସକାଳୁ ଗୁମ୍ମା ଓ କିଆପାଡୁ ଗାଁର ପ୍ରାୟ ୧୮ ଜଣ ମହିଳା ଶ୍ରମିକ ରାୟଗଡା ଆସୁଥିଲେ । ତେବେ ୩୨୬ ନମ୍ବର ଜାତୀୟ ରାଜପଥର ସାଙ୍କେଶ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳା ଶ୍ରମିକ କିଆପାଡୁ ଗାଁର ତୁଳସି ମିଣିଆକା ବୋଲି ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସ୍ଥାନୀୟ ଲୋକେ ଓ ପୋଲିସ୍‌ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ରାୟଗଡା ଏସପିଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀ ମେଡିକାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।

ଅଧିକ ପଢ଼ନ୍ତୁ : ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ; ଡାକ୍ତର ଦମ୍ପତି ସମେତ ୬ ମୃତ...

ସେପଟେ ପିପିଲିରେ ଏକ ବସକୁ ପିଟିଲା ଟ୍ରାକ୍ଟର । ପିପିଲି ଟୋଲଗେଟ୍ ନିକଟରେ ଘଟିଛି ଏପରି ଦୁର୍ଘଟଣା । ତେବେ ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ ତୀର୍ଥଯାତ୍ରୀ । ପୁରୀରୁ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଖବର ପାଇ ପିପିଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ... ।

ସେପଟେ ଆହତଙ୍କ ସଂଖ୍ୟା ବଢି ୧୭ ହୋଇଛି । ସୂଚନା ଅନୁସାରେ ଏହି ଅଟୋରେ ୧୮ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ୧୬ଜଣ ମହିଳା ଶ୍ରମିକ ଥିବା ବେଳେ ୨ଜଣ ପୁରୁଷ ଶ୍ରମିକ ଥିଲେ । ଶ୍ରମିକ ମାନେ ଗୁମ୍ମା ଓ କିଆପାଡ଼ୁ ଗାଁରୁ କାମ କରିବା ପାଇଁ ରାୟଗଡ଼ା ଯାଉଥିଲେ ।

ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଏସଡିପିଓ ଓ ଆଇଆଇସି ମେଡ଼ିକାଲରେ ପହଞ୍ଚି ଆହତଙ୍କ ସହିତ ଆଲୋଚନା କରିଛନ୍ତି । ମୃତ ମହିଳା ଶ୍ରମିକଙ୍କ ନାମ ତୁଳସୀ ମିଣିଆକା । ତାଙ୍କ ଘର ରାୟଗଡ଼ା ବ୍ଲକ କିଆପାଡ଼ୁ ଗାଁରେ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share this story

World Odia Language Conferene