World Odia Language Conferene

ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ; ଡାକ୍ତର ଦମ୍ପତି ସମେତ ୬ ମୃତ...

doctor couple charred to death in Jharkhand hospital

ଓଡ଼ିଆ ଗସିପ ବ୍ୟୁରୋ: କିଏ ଜାଣିଥିଲା ମୃତ୍ୟୁ ଏମିତି ବି ଆସେ । କାଳ ଯମ ଏମିତି ଗୋଟି ଗୋଟି କରି ମୁଣ୍ଡ ନେଇଯିବ । କାହିଁକି ନା ଆଜି ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି ।

ଝାଡଖଣ୍ଡର ଧାନବାଡା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।

ଅଧିକ ପଢ଼ନ୍ତୁ : ଲଜ୍ଜା ! ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ, ଉଠିଲା ଅନେକ ପ୍ରଶ୍ନ...

ହେଲେ ଏହି ଅଗ୍ନିକାଣ୍ଡ ଏତେ ଭୟାଭୟ ଥିଲା ଯେ ଅଗ୍ନିଶମ ଯିବା ପୂର୍ବରୁ ନିଆଁ ସବୁଆଡେ ବ୍ୟାପି ଯାଇଥିଲା । ପରେ ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ ।

ଅନ୍ୟପଟେ, ହସ୍ପିଟାଲରେ ଥିବା ସମସ୍ତ ରୋଗୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Share this story