ଲଜ୍ଜା ! ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ, ଉଠିଲା ଅନେକ ପ୍ରଶ୍ନ...

Ninth standard girl student gave birth to child shame

ଓଡ଼ିଆ ଗସିପ ବ୍ୟୁରୋ: ମା’ ହେଲେ ୯ମ ଶ୍ରେଣୀ ଛାତ୍ରୀ। ୧୫ ବର୍ଷୀୟା ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ? ଏହା ପଛରେ କିଏ ଦାୟୀ ? ଏନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି ।

ମା’ହେଲେ ୯ମ ଶ୍ରେଣୀ ଛାତ୍ରୀ । କେନ୍ଦୁଝର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି । ସଦର ଥାନା ଅଞ୍ଚଳରେ ଥିବା ଏକ ଆଶ୍ରମ ସ୍କୁଲ୍‌ର ଜଣେ ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ।

୧୫ ବର୍ଷୀୟା ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ? ଏହା ପଛରେ କିଏ ଦାୟୀ ? ଏନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି ।  ଆଶ୍ରମ ସ୍କୁଲ୍‌ଟି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ।

ଅଧିକ ପଢ଼ନ୍ତୁ : ନିଜର ୨୮ ବର୍ଷୀୟ ବୋହୂକୁ ବିବାହ କଲେ ୭୦ ବର୍ଷୀୟ ଶ୍ୱଶୁର, କାହାଣୀ ଜାଣିଲେ ଦେହରେ ନିଆଁ ଲାଗିଯିବ...

ସୂଚନା ଅନୁସାରେ, ଗତ ଜାନୁଆରୀ ୧୨ ତାରିଖରେ ସମ୍ପୃକ୍ତ ଛାତ୍ରୀ ମକର ଛୁଟିରେ ସ୍କୁଲ୍‌ରୁ ଘରକୁ ଆସିଥିଲେ । ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଗତ ୨୫ ତାରିଖ ଦିନ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆଡମିଶନ ହେବା ପରେ ଛାତ୍ରୀ ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ଏନେଇ ଛାତ୍ରୀଙ୍କ ମା’ଙ୍କ ଏତଲା କ୍ରମେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି ।

ଏଠାରେ ପ୍ରଶ୍ନ ଉଠୁଛି, ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା କଥା ସ୍କୁଲ୍‌ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ । ସେନେଇ ପ୍ରଶ୍ନ ଉଠିଛି । ସେପଟେ  ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବଦଳି ହୋଇଥିବା ବେଳେ,  ନୂତନ ଅଧିକାରୀ କାମରେ ଯୋଗ ଦେଇ ନାହାନ୍ତି । ତେଣୁ ଅନ୍ୟ କେହି ମୁହଁ ଖୋଲିବାକୁ ରାଜି ହେଉ ନାହାନ୍ତି ।

Share this story