ଓଡିଶାରେ ପୁଣି ଫେରିବ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

again lock down will be back in Odisha

ଓଡ଼ିଆ ଗସିପ ବ୍ୟୁରୋ: କରୋନାର ନୂଆ ଭାରିଏଣ୍ଟକୁ ନେଇ ରାଜ୍ୟବାସୀ ଭୟଭୀତ ହୋଇପଡ଼ିଛନ୍ତି । ତେବେ ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ପୁଣି ଥରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନର ଭୟ ବି ଦେଖାଦେଲାଣି । ବୁଢା ଠୁ ଧରି ପିଲା ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ କେମିତି ଏହି ନୂଆ କରୋନା ଭ୍ୟାରିଅଂଟା ସେମାନଙ୍କୁ କବଳିତ ନ କରେ ।

ଏହି ମହାମାରୀ ପୁରା ରାଜ୍ୟକୁ ଗ୍ରାସିବା ପୂର୍ବରୁ ସମସ୍ତଙ୍କୁ ସରକାର ସତର୍କ କରିଦେଇଛନ୍ତି । ଖାଲି ଏତିକି ନୁହେଁ ପରିସ୍ଥିତି ଅସମ୍ଭାଳ ହେଲେ ରାଜ୍ୟରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ ପୁଣି ଫେରିବ ବୋଲି ଶୁଣିବାକୁ ମିଳିଛି । ବହୁ ଶିକ୍ଷିତ ଲୋକେ ଏହାକୁ ସ୍ୱାଗତ ମଧ୍ୟ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଇଭେଣ୍ଟ ମ୍ୟାନେଜମେଣ୍ଟ ଚାକିରୀ ଦେବା ନାଁରେ ଯୁବତୀ ଚାଲାଣ, ଭୁବନେଶ୍ୱରରେ ପହଁଚିବା ପରେ ଉଦ୍ଧାର ଯୁବତୀ ବଖାଣିଲେ ଛାତିଥରା କାହାଣୀ

ସେପଟେ ସ୍କୁଲ ଏବଂ କଲେଜରେ ପିଲାଙ୍କ ସୁରକ୍ଷା ପାଇଁ ବିଭାଗୀୟ ମନ୍ତ୍ରୀ ଅଂଟା ଭିଡିଛନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ କଟକଣା ପାଳନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା ଆବଶ୍ୟକ ।

ବିଭିନ୍ନ ଦେଶରେ କରୋନା ବିସ୍ଫୋରଣ ଦେଖିବାକୁ ମିଳିଛି । ରାଜ୍ୟରେ ସମ୍ଭାବ୍ୟ କୋଭିଡ ମୁକାବିଲା ନେଇ ପାଇଁ ପୁଣି ଅଣ୍ଟାଭିଡିଛନ୍ତି ରାଜ୍ଯସରକାର । ଆସନ୍ତାକାଲି ଅପରାହ୍ନ ୪ଟା ୩୦ରେ କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତି ରହିବେ । ଏହାସହ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ, ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ଉପସ୍ଥିତ ରହିବେ । ଆଗାମୀ ଦିନ ପାଇଁ କୋଭିଡ ମୁକାବିଲା ରଣନୀତି ପ୍ରସ୍ତୁତ କରିବେ ମୁଖ୍ୟମନ୍ତ୍ରୀ ।

ଅନ୍ୟପକ୍ଷରେ ଲୋକଙ୍କୁ ମାସ୍କ ପିନ୍ଧିବା, କରୋନା ଟିକା ନେବାକୁ ଅପିଲ କରାଯାଇଛି । ଟେଷ୍ଟିଙ୍ଗ ବଢାଇବାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । କରୋନାକୁ ପୁଣି ଥରେ ହରାଇବା ପାଇଁ ସବୁ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଲକଡାଉନ ପୁଣି ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Share this story