ଖାଇବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ୯ଜଣ ହଷ୍ଟେଲ ଛାତ୍ରୀ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

9 hostel Students Hospitalised After Eating Hostel Food
୯ଜଣ ହଷ୍ଟେଲ ଛାତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଓଡ଼ିଆ ଗସିପ୍ ବ୍ୟୁରୋ:ଖାଇବା ପରେ ୯ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ବଡ଼ ନୂଆଗାଁ ସ୍ଥିତ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ। ସୂଚନା ଅନୁସାରେ ଗତକାଲି ରାତିରେ ହଷ୍ଟେଲରେ ଥିବା ଛାତ୍ରୀଙ୍କ ମଧ୍ୟରୁ ୮ମ ଓ ୮୯ମ ଶ୍ରେଣୀର ୯ଜଣ ଛାତ୍ରୀ ରାତ୍ରି ଭୋଜନ ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। 

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ଛାତ୍ରୀମାନଙ୍କର ମୁଣ୍ଡ ବ୍ୟଥା ସହିତ ବାନ୍ତି ହେବାରୁ ସେମାନଙ୍କୁ କୁଳିଅଣା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ଏବଂ ଛାତ୍ରୀମାନେ ନିରାପଦ ରହିଥିବାର ଜଣା ପଡ଼ିଛି। ଅନ୍ୟପଟେ ଏ ଘଟଣା ବାବଦରେ ଖବର ପାଇ ଅବିଭାବକ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ପିଲାମାନଙ୍କର କିଛି ହେଇନି, ତାଙ୍କୁ ଭୂତ ଲାଗିଛି ଏବଂ ପିଲାଙ୍କୁ ଘରକୁ ନେଇଯାଅ ବୋଲି ପିଲାଙ୍କ ଅଭିଭାବକଙ୍କୁ କହିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅବିଭାବକ।

ଅଧିକ ପଢ଼ନ୍ତୁ: ୨୪ ଘଣ୍ଟାରେ ପୂରଣ ହେଲା 5T ସଚିବ ଭିକେ ପାଣ୍ଡିଆନଙ୍କ ପ୍ରତିଶୃତି, ଦୁଇ ଶଯ୍ୟାଶାୟୀ ରୋଗୀଙ୍କୁ ମିଳିଲା ସହାୟତା ରାଶି

ତେବେ ସ୍କୁଲର ଦାୟିତରେ ଥିବା ପ୍ରଧାନ ଶିକ୍ଷକ ଦଶରଥ ଜେନାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ହଷ୍ଟେଲର ବାକି ସମସ୍ତ ଛାତ୍ରୀ ସୁସ୍ଥ ଅଛନ୍ତି ଏବଂ ପରୀକ୍ଷା ରିପୋର୍ଟ ଆସିଲା ପରେ ଅସୁସ୍ଥତାର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡ଼ାକ୍ତର ।

Share this story