ରାଜ୍ୟର ୬୭୯୯ ଗାଁରେ କେବେ ପହଞ୍ଚିବ ମୋବାଇଲ ସେବା ? ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଲେ ମନ୍ତ୍ରୀ ତୁଷାରକାନ୍ତି
ଓଡ଼ିଆ ଗସିପ୍ ବ୍ୟୁରୋ: ସାମ୍ପ୍ରତିକ ସମୟରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସଂଯୋଗ ସାଧାରଣ ଜୀବନଚର୍ଯ୍ୟାର ଅଭିଚ୍ଛେଦ୍ୟ ଅଙ୍ଗ ପାଲଟିଛି। କିନ୍ତୁ ଆଜି ବି ଓଡ଼ିଶାର ବହୁ ଅଞ୍ଚଳର ଲୋକେ ମୋବାଇଲ୍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ଯାହାକୁ ନେଇ ଆଜି ବିଧାନସଭାରେ ବିଧାୟକ ନବ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତ ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଓଡିଶାରେ ଅଦ୍ୟାବଧି ୬୭୯୯ ଗ୍ରାମରେ ମୋବାଇଲ୍ ସେବା, ଟେଲିକମ୍ ସେବା ଓ ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ ।
ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!
କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ ଥିବା ୩ ଗୋଟି ମୋବାଇଲ ସେବା ପାଇଁ ମୋଟ ୩୬୭୩ଟି ସ୍ଥାନରେ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ସରକାରୀ ଜମି ବିନା ମୂଲ୍ୟରେ ଆବଣ୍ଟନ କରାଯାଇଛି ।ଏହାସହ ଉତ୍ତରରେ ତୁଷାରକାନ୍ତି ବେହେରା କହିଛନ୍ତି, ଆଗାମୀ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ମୋବାଇଲ ସେବା ଉପଲବ୍ଧ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ବିଭିନ୍ନ ନୀତି ସମ୍ବଳିତ ଓଡ଼ିଶା ମୋବାଇଲ ଟାୱାର୍ସ, Optical Fiber Cables and related Telecom Infrastructure Policy,2017 ଶୀର୍ଷକ ଏକ ସଂକଳ୍ପ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।
ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ
ସୂଚନାଯୋଗ୍ୟ ସମଗ୍ର ଦେଶରେ ଓଡ଼ିଶାର ସର୍ବାଧିକ ଗ୍ରାମ ମୋବାଇଲ୍ ସେବାରୁ ବଞ୍ଚିତ ଅଛନ୍ତି। ଯାହାକୁ ନେଇ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷକ କରିଆସୁଛନ୍ତି। ସ୍ୱତନ୍ତ୍ର ଧ୍ୟାନ ଆକର୍ଷଣକାରୀ ନୋଟିସ୍ ମାଧ୍ୟମରେ ଶ୍ରୀ ମଙ୍ଗରାଜ ରାଜ୍ୟସଭାରେ ଓଡ଼ିଶାରେ ୧୦୦୦ ଟାୱାର ବସାଇବା ପାଇଁ ଦାବିଥିଲେ।
ଓଡ଼ିଶାର ୬ ହଜାରରୁ ଅଧିକ ଗ୍ରାମର ଲୋକେ ମୋବାଇଲ୍ ସେବାରୁ ବଞ୍ଚିତ ହୋଇ ରହିଛନ୍ତି। ତେଣୁ ଏହାକୁ ଗୁରୁତ୍ୱକୁ ଉପଲବ୍ଧି କରି ଭାରତ ସରକାର ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ମୋବାଇଲ୍ ଟାୱାର ସ୍ଥାପନ କରିବା ଆବଶ୍ୟକ ବୋଲି ସଂସଦରେ ମାନସ ଦାବି କରିଥିଲେ।
ଅଧିକ ପଢନ୍ତୁ : ବୃଥା ଚିନ୍ତାକରି ମନୋବଳ ହ୍ରାସ ପାଇବା ସହ ଏମାନଙ୍କ ଉପରେ ହେବ ଟଙ୍କା ବର୍ଷା, ପଢନ୍ତୁ ଆଜିର ରାଶିଫଳ
ଗତ ଗୁଲାଇ ମାସରେ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଆର ଚନ୍ଦ୍ରଶେଖର କହିଥିଲେ ଓଡ଼ିଶାର ଭୌଗୋଳିକ ସ୍ଥିତି ପାଇଁ ଇଣ୍ଟରନେଟ ସେବା ପ୍ରଭାବିତ ହେଉଛି। ବର୍ତ୍ତମାନ ସୁଦ୍ଧା ୪୫ ହଜାର୯୮୯ ଗାଁରେ ଭଏସ କଭରେଜ ଓ ୪୪, ୩୮୪ ଗାଁରେ ୪ଜି ସେବା ଉପଲବ୍ଧ ଅଛି। ଆର୍ଥିକ ଅନଗ୍ରସର ଲୋକ କିଭଳି ଇଣ୍ଟରନେଟର ସୁବିଧା ନେଇପାରିବେ ସେନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି।
ଅଧିକ ପଢନ୍ତୁ : ନଭେମ୍ବର ୨୭ ରେ ବୁଧ ଗୋଚର ଫଳରେ ବଦଳିଯିବ ଏହି ୨ଟି ରାଶି ଲୋକଙ୍କ ଭାଗ୍ୟ !
ମୁଖ୍ୟତଃ ଏଲଡବ୍ୟୁଇ(LWE-2) ପରିଯୋଜନାରେ ୧୬୨ଟି ଟାୱାର ସ୍ଥାପିତ କରାଯାଇଥିବା ବେଳେ ଆକାଂକ୍ଷା ଜିଲ୍ଲା କଭରେଜ ପରିଯୋଜନାରେ ୧୪୯ ଟି ଟାୱାର ସ୍ଥାପନା କରାଯାଇଛି। ସେହିଭଳି ବିଏସ୍ଏନ୍ଏଲ୍ ଦ୍ବାରା ୨ଜି ନେଟର୍ୱକକୁ ୪ଜିରେ ପରିବର୍ତ୍ତନ କରାଯିବା ସହ ଏଲଡବ୍ୟୁଇ-୧ ପରିଯୋଜନାରେ ମଧ୍ୟ ସମାନ କାମ ହାତକୁ ନିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ।
ଅଧିକ ପଢନ୍ତୁ :ଡିସେମ୍ବରରେ ଏହି ୪ଟି ବଡ଼ ଗ୍ରହର ଚଳନ, ଫଳରେ ଏହି ରାଶି ଲୋକଙ୍କ ଜୀବନରେ ହେବ ବଡ଼ ପରିବର୍ତ୍ତନ