୬ ବର୍ଷର ଶିଶୁ ପୁତ୍ର ସହ ଦୁଷ୍କର୍ମ, ବିସ୍କୁଟ ଖାଇବାକୁ ଦେଇ ଡାକିନେଇଥିଲା ନାବାଳକ ଆଉ ତା'ପରେ...

6 year old boy child raped by minor in khordha district

ଓଡ଼ିଆ ଗସିପ ବ୍ୟୁରୋ: ଦିନକୁ ଦିନ ଏ ସମାଜ ମଣିଷକୁ ଏତେ ଖରାପ ବାଟକୁ ନେଇ ଯାଉଛି ଯାହା କଳ୍ପନା ବାହାରେ । କାହିଁକି ନା ପୁରୁଷ କଥା ତ ଛଡା ଏଠାରେ ନାବାଳକ ବି କୌଣସି ନାରୀର ଦେହକୁ ଝୁଣି ଖାଇବା ବି ଶିଖିଗଲାଣି । ଆଉ ଏସବୁ ଧୀରେ ଧୀରେ ଆମ ସମାଜକୁ କଳଙ୍କିତ ଦିଗ ଆଡକୁ ଟାଣି ନଉଛି । ଆଉ ଯୁବାବସ୍ଥାରେ ଛୋଟ ପିଲା ପୁରୁଷଙ୍କ ଠାରୁ ବହୁତ କିଛି ଖରାପ କାମ ଶିଖିଯାଉଛି ଯାହା ଆଗକୁ ମଣିଷ ସମାଜରେ ବିପଦ ଆଣିପାରେ ବୋଲି ଆଶା କରାଯାଉଛି ।

ଏମିତି ଏକ ଘଟଣା ଆଜି ଓଡ଼ିଶାରେ ଘଟି ଯାଇଛି ଯାହା ପୁରା ରାଜ୍ୟରେ ଚହଳ ପକାଇଛି । କାହିଁକି ଜଣେ ୬ ବର୍ଷର ଶିଶୁ ପୁତ୍ରକୁ ବିସ୍କୁଟ୍ ଖାଇବାକୁ ଦେଇ ଡାକିନେଲା ୧୬ ବର୍ଷର ନାବାଳକ । ପରେ ମୋବାଇଲ ଦେଖାଇରେ ଅଶ୍ଳୀଳ ଭିଡିଓ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଦୁଷ୍କର୍ମ ପରେ ୬ ବର୍ଷର ଶିଶୁ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହାଟ ବରଡି ପଞ୍ଚାୟତ ଜୟନ୍ତୀ ପୁର ଗ୍ରାମରେ ଘଟିଛି ।

ସୂଚନା ମୁତାକ, ଗତକାଲି ଅପରାହ୍ନରେ ଟାଙ୍ଗୀ ଥାନା ଅଧିନସ୍ଥ ଜୟନ୍ତୀ ପୁର ଗ୍ରାମର ଜଣେ ୬ ବର୍ଷର ଶିଶୁ ପୁତ୍ରକୁ ବିସ୍କୁଟ୍ ଲୋଭ ଦେଖାଇ ସେହି ଗ୍ରାମର ଜଣେ ୧୬ ବର୍ଷର ନାବାଳକ ତା ଘରକୁ ଡାକି ନେଇଥିଲା । ସେଠାରେ ବିସ୍କୁଟ୍ ଖାଇବାକୁ ଦେବା ପରେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖାଇ ନାବାଳକ ଜଣକ ଶିଶୁ ପୁତ୍ରକୁ ଦୁଷ୍କର୍ମ କରିଥିଲା ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଚଳନ୍ତା ବସରେ ଡ୍ରାଇଭରଙ୍କୁ ଆସିଲା ହୃଦଘାତ, ରାଜରାସ୍ତାରେ ଘଟିଗଲା ମୃତ୍ୟୁର ତାଣ୍ଡବ!, ଭିଡ଼ିଓ ହେଲା ଭାଇରାଲ...

ଫଳରେ ଯନ୍ତ୍ରଣାରେ ଛଟପଟ ହେବା ସହ ଚିତ୍କାର କରିବାରୁ ଭୟରେ ଛାଡି ଦେଇଥିଲା ନାବାଳକ । ଶିଶୁ ପୁତ୍ରର ମଳଦ୍ୱାରରୁ ରକ୍ତସ୍ରାବ ହେବା ପରେ ଘର ଲୋକେ ଘଟଣା ସଂପର୍କରେ ପଚାରିଥିଲେ । ଏ ସମ୍ପର୍କ​‌ରେ ଶିଶୁ ପୁତ୍ର ଜଣକ ପରିବାରଲୋକଙ୍କୁ ଜଣାଇଥିଲା । ପରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।

ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ପୁତ୍ରର ଚିକିତ୍ସା ଗତକାଲି ବିଳମ୍ବିତ ରାତିରେ କରାଯାଇଛି । ଅଧିକ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ଆଜି ପଠାଯିବ ବୋଲି ଜଣାପଡିଛି ।

ଏସମ୍ପର୍କରେ ପରିବାର ଲୋକେ ଥାନାରେ ଅଭିଯୋଗ ପରେ ନାବାଳକକୁ ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି । ଘଟଣା ସଂପର୍କରେ ପୋଲିସ୍ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ୍ ଏହି ଘଟଣାର ତଦନ୍ତ ଭାର ନେଇଥିବା ପୋଲିସ୍ ସୂଚନା ଦେଇଛି ।

Share this story

World Odia Language Conferene