ଚଳନ୍ତା ବସରେ ଡ୍ରାଇଭରଙ୍କୁ ଆସିଲା ହୃଦଘାତ, ରାଜରାସ୍ତାରେ ଘଟିଗଲା ମୃତ୍ୟୁର ତାଣ୍ଡବ!, ଭିଡ଼ିଓ ହେଲା ଭାଇରାଲ...

driver suffers heart attack while driving bus in Andhra Pradesh and then this happens

ଓଡ଼ିଆ ଗସିପ ବ୍ୟୁରୋ: ଗୁରୁବାର ଗୋହଲପୁର ଅଞ୍ଚଳରେ ମେଟ୍ରୋ ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହୃଦଘାତ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ, ଗୋହଲପୁର ପୋଲିସ ଷ୍ଟେସନ ଅଞ୍ଚଳ ଦେଇ ଯାଉଥିବା ସମୟରେ ମେଟ୍ରୋ ବସ ଅନିୟନ୍ତ୍ରୀତ ହୋଇଥିଲା ।

ହଁ ଆଜ୍ଞା ମଧ୍ୟପ୍ରଦେଶର ଗୋହାଲପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଚଳାନ୍ତା ବସରେ ହୃଦଘାତ ହେବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଡ୍ରାଇଭରଙ୍କ ମୃତ୍ୟୁ ପରେ ବସ ଅନିୟନ୍ତ୍ରୀତ ହୋଇ ଏକାଧିକ ଗାଡି ଉପରେ ଚଢି ଯାଇଥିଲା । ଫଳରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାର ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗୁରୁବାର ଗୋହଲପୁର ଅଞ୍ଚଳରେ ମେଟ୍ରୋ ବସ୍ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହୃଦଘାତ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ, ଗୋହଲପୁର ପୋଲିସ ଷ୍ଟେସନ ଅଞ୍ଚଳ ଦେଇ ଯାଉଥିବା ସମୟରେ ମେଟ୍ରୋ ବସ ଅନିୟନ୍ତ୍ରୀତ ହୋଇଥିଲା । ଦ୍ରୁତ ଗତିରେ ଚାଲୁଥିବା ବସ ଆଗରେ ଯାହା ଆସିଲା ତାହା ଉପରେ ଚାଢି ଗଲା ।

ଏପରି କି ଟ୍ରାଫିକ ସିଗନାଲ ପାର କରି ଅନେକ ଦୁଇ ଚକିଆ ଓ ତିନି ଚକିଆ ବାହନରୁ ବସ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭର ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ବସଟି ରାଣିତାଲ ଯାଉଥିଲା ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ବଡ଼ବାବୁଙ୍କୁ ଖୁସି କରିବାକୁ ବକ୍ଷୋଜରେ ଦାମୀ ତେଲ ଲଗାଉଥିଲେ ଅର୍ଚ୍ଚନା, ଦାମ ଶୁଣିଲେ ହୋସ ଉଡିଯିବ

ଡ୍ରାଇଭରଙ୍କ ମୃତ୍ୟୁ ପରେ ବସି କିଛି ବାଟ ଯାଇ ଅଟକି ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଲୋକ ଓ ନିସ୍ତେଜ ହୋଇ ସିଟରେ ପଡିଥିବା ଡ୍ରାଇଭରଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ତେବେ ହୃଦଘାତରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ ।

ଗତ ୨୫ ତାରିଖରେ ଆନ୍ଧ୍ର ପ୍ରଦେଶରେ ଠିକ ଏହି ଭଳି ଏକ ଘଟଣା ଘଟିଥିଲା । ରାଜ୍ୟ ପରିବହନ ବସ ଚଳାଉିଥିବା ବେଳେ ଜଣେ ଡ୍ରାଇଭରଙ୍କୁ ହୃଦଘାତ ହୋଇଥିଲା । କିନ୍ତୁ ସେ ନିଜ ସ୍ୱାସ୍ଥ୍ୟ ବିଷୟରେ ଜାଣିପାରି ଗାଡିର ବ୍ରେକ ମାରିଥିଲେ । ଫଳରେ ବସରେ ଥିବା ୪୫ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛିଲା ।

ଚଳିତ ବର୍ଷ ମାର୍ଚ୍ଚରେ ସେହି APSRTCର ଅନ୍ୟ ଏକ ବସର ଡ୍ରାଇଭରଙ୍କୁ ହୃଦଘାତ ହୋଇଥିଲା । ଅଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ। କିନ୍ତୁ ଠିକଣା ସମୟରେ ହସ୍ପିଟାଲ ନ ପହଞ୍ଚିବାରୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଘଟଣାଟି ଚିତୁର ଜିଲ୍ଲାର ଚନ୍ଦ୍ରଗିରି ବ୍ଲକରେ ଘଟିଥିଲା ।

ଦେଖନ୍ତୁ ଭିଡ଼ିଓ :

ତେବେ ଗାଡି ଚଳାଇବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ସ୍ୱଭାବିକ ହୋଇଗଲାଣି । ଏବର ଅସନ୍ତୁଳିତ ଜୀବଶୈଳୀ ଯୋଗୁଁ ଛୋଟଠୁ ବଡ ସମସ୍ତଙ୍କୁ ହୃଦଘାତ ହେଉଛି । ବିଶେଷ କରି ଜଙ୍କ ଫୁଡ, ନିଶା ସେବନ, ଅତ୍ୟଧିକ ମାନସିକ ଚାପ ଏହାର କାରଣ ହୋଇଥିବା ବିଶେଷଜ୍ଞମାନେ କହୁଛନ୍ତି ।

Share this story

World Odia Language Conferene