ଭାରସାମ୍ୟ ହରାଇ ଓଭରବ୍ରିଜରୁ ଖସିଲା ବସ୍‌: ୫ମୃତ, ୪୦ ଆହତ
 

5 dead 40 injured as bus falls from flyover in Odishas Jajpur
ଓଭରବ୍ରିଜରୁ ଖସିଲା ବସ୍‌: ୫ମୃତ, ୪୦ ଆହତ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଯାଜପୁର ୧୬ ନଂ ଜାତୀୟ ରାଜପଥର କୁଆଖିଆ ଥାନା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବାରବାଟୀ ଛକ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍। 

ରାତି ପ୍ରାୟ ୮ଟା୪୫ ମିନିଟ୍‌ ବେଳେ ପୁରୀରୁ ପଶ୍ଚିମବଙ୍ଗର ହଳଦିଆ ଯାଉଥିବା ଯାତ୍ରୀବାହୀ ବସ୍‌ ‘କାଳିଆନନା’ (ଓଡି-୦୨ବିଜେ ୮୫୯୯) ଫ୍ଲାଏଓଭର ଉପରୁ ପ୍ରାୟ ୩୦ଫୁଟ୍‌ ତଳକୁ ଖସିପଡ଼ିଛି। ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଶିଶୁ ଏବଂ ମହିଳା ରହିଛନ୍ତି। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଆହତଙ୍କୁ ଧର୍ମଶାଳା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

ସୂଚନା ଅନୁସାରେ, ବସଟି ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ କୁଆଖିଆ ନିକଟରେ ଏନଏଚ୍-୧୬ରେ ବାରବାଟି ଛକଠାରେ ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଡ୍ରାଇଭର ଚେଷ୍ଟା କରିବାରୁ ବସ୍‌ଟି ଭାରସାମ୍ୟ ହରାଇ ଓଭର ବ୍ରିଜ ତଳକୁ ଖସିପଡିଛି ବସ୍ । 

ବ୍ରିଜ୍‌ ତଳକୁ ଖସି ବସ୍‌ଟି ଚେପା ହୋଇଯାଇଥିବାରୁ ଯାତ୍ରୀଙ୍କୁ ବାହାରକୁ ଆଣିବା କଷ୍ଟକର ହୋଇଥିଲା। ଖବର ପାଇ କୁଆଖିଆ ଓ ଧର୍ମଶାଳାର ପୁଲିସ, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ବସରେ ୫୦ ରୁ ୫୫ ଜଣ ଯାତ୍ରୀ ଥିବା ସୂଚନା। ବସ୍ ତଳେ କେତେକ ଯାତ୍ରୀ ଚାପି ହୋଇ ରହିଯାଇଥିବା ଜଣାପଡିଛି ।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!

Share this story