ବାସି ଖାଦ୍ୟ ଖାଇ ସେବାଶ୍ରମର ୩୨ ଛାତ୍ରୀ ଅସୁସ୍ଥ

32 girl students of sevashram fell ill due to bad quality food

ଓଡ଼ିଆ ଗସିପ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ସୋୟମ୍ବା ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ବାସି ପଖାଳ ଖାଇ ୩୨ ଛାତ୍ରୀ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥ ଛାତ୍ରୀମାନଙ୍କୁ କେବଲାଙ୍ଗ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଚିକିସ୍ଚିତ ହେଉଥିବା ସୂଚନା ମିଳିଛି ।

ଚିକିସ୍ଚିତ ହେଉଥିବା ଛାତ୍ରୀଙ୍କ କହିବା ଅନୁସାରେ, ଗତକାଲି ପଖାଳ ଭାତ ଆଳୁ ଭଜା ଖାଇବା ପରେ ତାଙ୍କ ପେଟ ବଥା ଆରମ୍ଭ ହୋଇଥିଲା, ଏହାପରେ ଝାଡା ସହ ବାନ୍ତି ହୋଇଥିଲା । ଯାହାକୁ ଦେଖି ବିଦ୍ୟାଳୟ କର୍ତୂପକ୍ଷ ଗତକାଲି ରାତିରେ ଆମ୍ବୁଲାନ୍ସ ଯୋଗେ କେବଲାଙ୍ଗ ଉପସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରଥମେ ୨୨ ଜଣ ଛାତ୍ରୀଙ୍କୁ ଏବଂ ପରେ ଆଉ ୩ ଜଣଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଆହୁରି ପଢ଼ନ୍ତୁ: ବିଦା ହେଲେ ବିବାଦୀୟ କୋଇଡା ବିଡ଼ିଓ ପଲ୍ଲବୀ ରାଣୀ ରାଜ୍, କ'ଣ ଥିଲା କାରଣ ?

ଆଜି ସକାଳୁ ପୁଣି ୭ ଜଣ ଛାତ୍ରୀଙ୍କୁ ଆଣି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ପକ୍ଷରେ ସ୍ବୟମ୍ବା ବାଳିକା ଉଚ୍ଚ ବିଦ୍ୟାଳୟର ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ପରିଚାଳିତ ପୁରୁଣା ଛାତ୍ରୀନିବାସରେ ଛାତ୍ରୀ ମାନେ ଅଳ୍ପ ଜାଗାରେ ବହୁ ସଂଖ୍ୟା ରହୁଥିବା ଜଣାପଡିଛି ।

ଛାତ ଉଚ୍ଚତା କମ ଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଥିବା କଥା ଛାତ୍ରୀ ମାନେ ପ୍ରକାଶ କରିଛନ୍ତି । ରୁମ ଗୁଡିକରେ ବହୁ ଫ୍ୟାନ ଖରାପ ହୋଇ ଚାଲୁ ନଥିବା ଛାତ୍ରୀ ପ୍ରକାଶ କରିଛନ୍ତି ।

Share this story