ବ୍ରିଜ ତଳକୁ ଖସିପଡିଲା ବରଯାତ୍ରୀ ଗାଡି, ୨ ମୃତ୍ୟୁ, ୧୨ ଜଣ ଆହତ
 

2 Killed many Injured After Marriage Party Van Falls Off Bridge In Koraput
ବ୍ରିଜ ତଳକୁ ଖସିପଡିଲା ବରଯାତ୍ରୀ ଗାଡି, ୨ ମୃତ୍ୟୁ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଲା ବରଯାତ୍ରୀ ଗାଡି । ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ନିକଟରେ ଘଟିଛି ଏହି ଦୁର୍ଘଟଣା । 

ଆଧିକ ପଢନ୍ତୁ : ମୀନ ରାଶିରେ ଚଳନ କଲେ ସୂର୍ଯ୍ୟ, ଚମକିବ ଏହି ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟ!

ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଏକ ପିକଅପ ଗାଡିରେ ୨୦ରୁ ଉର୍ଦ୍ଧ୍ବ ବରଯାତ୍ରୀ ଯାଉଥିବା ବେଳେ ଭାରସାମ୍ୟ ହରାଇ ଖଟଲାପଦର୍ ବ୍ରିଜ ତଳକୁ ଗାଡିଟି ଓଲଟି ପଡିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି।

ଆଧିକ ପଢନ୍ତୁ: BP ବଢିଗଲେ ଦେଖାଦିଏ ଏହି ସବୁ ଲକ୍ଷଣ, ହୁଅନ୍ତୁ ସାବଧାନ! ନଚେତ୍...
 

Share this story