ନିର୍ମାଣଧୀନ ଫ୍ଲାଏଓଭର ଉପରୁ ଖସିପଡିଲା ତୀର୍ଥଯାତ୍ରୀ ବୋଲେରୋ, ୨ ମୃତ, ୧୦ ଗୁରୁତର
 

2 killed after SUV falls off under-construction bridge near Jhankarpali
ଅଧାରେ ରହିଗଲା ଜଗା ଦର୍ଶନ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଅଧାରେ ରହିଗଲା ଜଗା ଦର୍ଶନ। ପୁରୀକୁ ଆସୁଥିବା ବେଳେ ଏକ ତୀର୍ଥ ଯାତ୍ରୀ ବୋଲେରୋ ସମ୍ବଲପୁର ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଛି। ଏହି ଦୁର୍ଘଟଣାଟି ସମ୍ବଲପୁର ଝାଙ୍କରପାଲି ନିକଟ ୫୫ ନମ୍ବର ଜାତୀୟ ରାଜପଥ ଖଏରାପଡ଼ାରେ ନିକଟରେ ଘଟିଥିବା ଖବର ମିଳିଛି। 

ଅଧିକ ପଢନ୍ତୁ : ଛୋଟ ଛୋଟ କଥାକୁ ନେଇ ଚିନ୍ତାରେ ରହିବା ସହ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଜାତୀୟ ରାଜପଥରେ ହାତୀ କରିଡର ପାଇଁ ଅର୍ଦ୍ଧନିର୍ମିତ ଫ୍ଲାଏଓଭର ଉପରୁ ଖସିପଡିଲା ତୀର୍ଥ ଯାତ୍ରୀ ବୋଲେରୋ। ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଥିବା ନେଇ ସୂଚନା ରହିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। 

ଅଧିକ ପଢନ୍ତୁ : ସୃଜନାତ୍ମକ କାର୍ଯ୍ୟରେ ସଫଳତା ମିଳିବା ସହ ବୈବାହିକ ଜୀବନରେ ସମସ୍ୟା ଆସିବ! ପଢନ୍ତୁ ଆଜିର ରାଶିଫଳ 

ଯାତ୍ରୀମାନେ ଛତିଶଗଡ଼ରୁ ପୁରୀ ଅଭିମୁଖେ ଯାଉଥିଲେ। ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଛତିଶଗଡ଼ରୁ ପୁରୀ ଆସୁଥିବା ଏହି ବୋଲେରୋଟି ୪୦ ରୁ ୫୦ ଫୁଟ ଉପରୁ ତଳକୁ ଖସି ପଡ଼ିଥିଲା। ଘଟଣାଟି ବିଳମ୍ବିତ ରାତିରେ ଘଟିଥବା ବେଳେ ଘଟଣାସ୍ଥଳକୁ ଯୁଯୁମୁରା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି।  

ଅଧିକ ପଢନ୍ତୁ : ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..
 

Share this story