୧୨ ବର୍ଷ ନାବାଳକର ଗଳାକାଟି ନିର୍ମମ ହତ୍ୟା, ପୋଖରୀ ହୁଡ଼ାରୁ ମିଳିଲା ମୃତଦେହ
 

12 year old Boy Found Dead With Slit Throat Near Pond In Cuttack
୧୨ ବର୍ଷ ନାବାଳକର ଗଳାକାଟି ନିର୍ମମ ହତ୍ୟା
 

ଓଡ଼ିଆ ଗସିପ୍ ବ୍ୟୁରୋ: ୧୨ ବର୍ଷ ନାବାଳକର ଗଳାକାଟି ହତ୍ୟା । ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ପୂର୍ବକଛ ଅଞ୍ଚଳରେ । ଚନ୍ଦନ ପୋଖରୀ ହୁଡ଼ା ନିକଟରୁ ବାଳକର ମୃତଦେହ ଉଦ୍ଧାର କରାଯାଇଛି । ମୃତ ନାବାଳକଙ୍କ ନାଁ ଜ୍ୟୋତିପ୍ରକାଶ ବେହେରା ।

ଅଧିକ ପଢନ୍ତୁ :ବିଛା ରାଶିକୁ ଶୁକ୍ର ଗୋଚର, ଶୁଭଫଳ ମିଳିବା ସହ ଏହି ୩ ରାଶି ଉପରେ ହେବ ଧନ ବର୍ଷା!  

ଗତକାଲି ରାତିରୁ ପିଲାଟି ଘରୁ ଯାଇ ଆଉ ଫେରି ନଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ମିଳି ନଥିଲା । ଆଜି ସକାଳୁ ତାର ଗଳାକଟା ମୃତଦେହ ଚନ୍ଦନ ପୋଖରୀ ହୁଡାରେ ପଡିଥିବା ଦେଖିବାକୁ ମିଳିଛି । ବେକରେ ଏକାଧିକ କଟା ଦାଗ ରହିଛି । 

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

କିଏ ଓ କାହିଁକି ପିଲାଟିକୁ ଏମିତି ନିର୍ମମ ଭାବେ ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ :ଧନୁ ରାଶିରେ ସୂର୍ଯ୍ୟ, ଏହି ୪ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ, ବଦଳିବ ଏମାନଙ୍କ ଭାଗ୍ୟ 

Share this story