କଳିଙ୍ଗ ଷ୍ଟାଡିୟମ ନିକଟ ଭେଣ୍ଡି ଜୋନରେ ଅଗ୍ନିକାଣ୍ଡ, ୧୧ ଦୋକାନ ଭସ୍ମୀଭୁତ
 

11 Shops Destroyed In Fire Outside Kalinga Stadium In Bhubaneswar
ଭେଣ୍ଡିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ, ୧୧ ଦୋକାନ ଭସ୍ମ
 

ଓଡ଼ିଆ ଗସିପ୍ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମ୍ ସମ୍ମୁଖ ଭେଣ୍ଡିଂ ଜୋନରେ ଆଜି ଭୋରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଷ୍ଟାଡିୟମ ମୁଖ୍ୟ ଫାଟକ ସାମ୍ନା ଭେଣ୍ଡିଂ ଜୋନରେ ନିଆଁ ଲାଗି ପ୍ରାୟ ୧୧ ଟି ଦୋକାନ ଜଳିଯାଇଛି।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ୫୦୦ ବର୍ଷ ପରେ ସୃଷ୍ଟି ହେଉଛି ଗୁରୁ ଗୋଚର ରାଜଯୋଗ

ମିଳିଥିବା ସୂଚନା ଅନୁସାରେ ଭୋର ୪ଟାରେ ଭେଣ୍ଡିଂ ଜୋନରେ ଥିବା ଏକ ଦୋକାନରେ ନିଆଁ ଲାଗିଯାଇଥିଲା। ପରେ ଗୋଟିଏ ପରେ ଗୋଟିଏ ଦୋକାନକୁ ନିଆଁ ବ୍ୟାପିଯାଇ ଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦୋକାନରୁ ସାମଗ୍ରୀ ବାହାର କରିବା କଷ୍ଟକର ହୋଇପଡିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି।

ଅଧିକ ପଢନ୍ତୁ :୩୦ ବର୍ଷ ପରେ ବିରଳ ସଂଯୋଗ, କଟିବ ଶନି ଦଶା, ବଦଳି ଯିବ ଏହି ୫ ରାଶିଙ୍କ ଭାଗ୍ୟ!

ପୋଡ଼ି ଯାଇଥିବା ଦୋକାନରେ ପୂଜା ସାମଗ୍ରୀ ଓ ସାଇକେଲ୍‌ ଟାୟାର୍‌, ରାସନ ସାମଗ୍ରୀ ଆଦି ଥିଲା। ଦୀର୍ଘ ସମୟ ଆକ୍ରାନ୍ତ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଦୋକାନରେ କିପରି ନିଆଁ ଲାଗିଲା ତାର ସଠିକ କାରଣ ଜଣାପଡ଼ି ନଥିଲେ ବି ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ
 

Share this story