ଜାଲ୍‌ ୱେବ୍‌ସାଇଟ୍‌ ଖୋଲି ରାଜଧାନୀରୁ ‘କ୍ରିପ୍ଟୋ’ ଠକେଇ ଗେମ୍‌ ପ୍ଲାନ୍‌, ୭ ଜିଲ୍ଲାର ୨ହଜାର ଲୋକ ଶିକାର 
 

100 crore crypto fraud from odisha 2 thousand people have been victims of fraud
ରାଜଧାନୀରୁ ‘କ୍ରିପ୍ଟୋ’ ଠକେଇ ଗେମ୍‌ ପ୍ଲାନ୍‌
 

ଓଡ଼ିଆ ଗସିପ୍ ବ୍ୟୁରୋ: କ୍ରିଫ୍ଟୋ କଏନ୍‌ ଠକେଇର ଗେମ୍‌ ପ୍ଲାନ୍‌ ରାଜଧାନୀରେ ହେଉଥିଲା। ଏହି ରାକେଟ୍‌ର ମାଷ୍ଟରମାଇଣ୍ଡ ସାଜିଥିଲା ରବିନାରାୟଣ ପାଢ଼ୀ। ସେ ଚେନ୍‌ ସିଷ୍ଟମ ମାଧ୍ୟମରେ ଏକାଧିକ ପିଲାଙ୍କୁ ରଖି ମାସିକିଆ ଦରମା ଦେଉଥିଲା। ସେମାନଙ୍କ କାମ ହେଲା ସହର ଏବଂ ଗଳିରେ ବୁଲି ଲୋକଙ୍କୁ ଏଥିରେ ଟଙ୍କା ଲଗାଇବା ପାଇଁ ପୋତ୍ସାହିତ କରିବା। ଠକଙ୍କ ଜାଲରେ ପଡ଼ି ଓଡ଼ିଶାରୁ ୨ହଜାରରୁ ଅଧିକ ଲୋକ ଠକାମିର ଶିକାର ହୋଇଛନ୍ତି। 

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ ! ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ, ନଚେତ୍ ପସ୍ତେଇବେ!

ଏହିଭଳି ସେ ୧୦୦କୋଟି ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ଜାଲ୍‌ ୱେବ୍‌ସାଇଟ୍‌ ଖୋଲି ସେଥିରେ କ୍ରିଫ୍ଟୋ କଏନ୍‌ କିଣିବା ପାଇଁ କହୁଥିଲେ। କ୍ରିଫ୍ଟୋ ଆଳରେ ଟଙ୍କା ଠକି ନେଇ ପଳାଉଥିଲେ। ସମ୍ବଲପୁର ଜିଲ୍ଲା ସାଲେଇପଲି ଗ୍ରାମର ସାଗର ଖମାରିଙ୍କ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା। ଇଓଡବ୍ଲ୍ୟୁ କେସ୍‌ ନଂ-୨୮/୨୩ରେ ଏକ୍‌ ମାମଲା ରୁଜୁକରି ତଦନ୍ତ କରୁଛି। ଏହି ସଂସ୍ଥା ଅଫିସ୍‌ ଥିବା ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରାଯାଉଛି। ବିଶେଷକରି ଭୁବନେଶ୍ୱରରେ ଏହି ଠକେଇ ପାଇଁ ପ୍ଲାନିଂ ହୋଇଥିଲା।

ଅଧିକ ପଢନ୍ତୁ :ଏହି ସବୁ ଲକ୍ଷଣ ଦେଖା ଗଲେ ଜମାରୁ କରନ୍ତୁନି ଅଣଦେଖା, ହୋଇପାରେ ହାର୍ଟ ଆଟାକ୍‌, ନଚେତ୍‌...

ସୂଚନା ଅନୁସାରେ,୨୦୨୦ ମସିହାରେ ଠକେଇର ମାଷ୍ଟରମାଇଣ୍ଡ କୁହାଯାଉଥିବା ସୁଧୀର ପଟେଲ ଫୋନ୍‌ ମାଧ୍ୟମରେ ସାଗରଙ୍କୁ ଫୋନ୍‌ କରି କ୍ରିଫ୍ଟୋ କଏନ୍‌ ବ୍ୟବସାୟ ସମ୍ପର୍କରେ କହିଥିଲେ। କ୍ରିଫ୍ଟୋ କଏନ୍‌ରେ ଟଙ୍କା ଲଗାଇ କୋଟିପତି ହେବାର ସ୍ୱପ୍ନ ଦେଖାଇଥିଲେ। ସାଗରଙ୍କ ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ସେ ଏହି କ୍ରିଫ୍ଟୋ କଏନ୍‌ ବ୍ୟବସାୟରେ ଯୋଗ ଦେବାକୁ ରାଜି ହୋଇଯାଇଥିଲେ। 

ସାଗର ତାଙ୍କ ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ନେଇ ପୁରୀରେ ହୋଇଥିବା ମିଟିଂକୁ ଯାଇଥିଲେ। ସୁଧୀର ଏହି ମିଟିଂରେ ଅନ୍ୟ କ୍ରିଫ୍ଟୋ କଏନ ବ୍ୟବସାୟୀରେ ମୁଖ୍ୟ ଥିବା ରବିନାରାୟଣ ପାଢ଼ୀ, ତାଙ୍କ ପତ୍ନୀ ବନିତା ପାଢ଼ୀ, ରଞ୍ଜିତ ପଟେଲ, ବେଦପ୍ରକାଶ କଶ୍ଚିପ ଏବଂ ରାଜସ୍ଥାନର ଜୟ ପ୍ରକାଶ ସାଇନୀଙ୍କୁ ଚିହ୍ନା କରାଇଥିଲେ। 

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ୫୦୦ ବର୍ଷ ପରେ ସୃଷ୍ଟି ହେଉଛି ଗୁରୁ ଗୋଚର ରାଜଯୋଗ

ଏହି ମିଟିଂରେ ୭୦ରୁ ୮୦ ଲୋକ ସାମିଲ ହୋଇଥିଲେ। ଏହି ମିଟିଂରେ ଲୋକଙ୍କୁ କମ୍‌ ଟଙ୍କା ବିନିଯୋଗ କରି ଅଧିକ ଲାଭ ପାଇବାର ଲୋଭ ଦେଖାଇଥିଲେ। ଏହି ମିଟିଂରୁ ଆସିବା ପରେ ଟଙ୍କା କରଜ କରି ସାଗର ୫ଲକ୍ଷ ୪୦ ହଜାର ଟଙ୍କା ଲଗାଇଥିଲେ। ପରେ ତାଙ୍କ ସମ୍ପର୍କୀୟ ଏବଂ ଅନ୍ୟମାନଙ୍କୁ କହି ୪୫ ଲକ୍ଷ ୬୨ ହଜାର ଟଙ୍କା ଲଗାଇଥିଲେ।

ଏହି କ୍ରିଫ୍ଟୋରେ ନିଜ ମୋବାଇଲ୍‌ ଏବଂ କମ୍ପ୍ୟୁଟର ମାଧ୍ୟମରେ ଟଙ୍କା ଲଗାଇପାରିବେ ବୋଲି କହିଥିଲେ। ସୁଧୀର, ରବି ନାରାୟଣ ଏବଂ ଅନ୍ୟମାନେ ନିଜର ଆକାଉଣ୍ଟ ନମ୍ବର ଦେଇ ଏଥିରେ ଟଙ୍କା ଲଗାଇବାକୁ କହିଥିଲେ। ଏହିଭଳି ସେମାନେ ୨୦୨୨ ଅଗଷ୍ଟ ମାସରେ ୪୮ ଲକ୍ଷ ୨ହଜାର ଟଙ୍କା ଟ୍ରାଞ୍ଜାକ୍‌ସନ୍‌ ହୋଇଥିଲା। କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଟଙ୍କା ଦେବା ସହ ନଗଦ ଟଙ୍କା ମଧ୍ୟ ମନି ରସିଦ୍‌ ମାଧ୍ୟମରେ ଟଙ୍କା ନେଇଛନ୍ତି ସୁଧୀର, ରଞ୍ଜିତ ଓ ଝାରସୁଗୁଡ଼ାର ରବି ନାରାୟଣ ପାଢ଼ୀ। 

ଅଧିକ ପଢନ୍ତୁ :୩୦ ବର୍ଷ ପରେ ବିରଳ ସଂଯୋଗ, କଟିବ ଶନି ଦଶା, ବଦଳି ଯିବ ଏହି ୫ ରାଶିଙ୍କ ଭାଗ୍ୟ!

୨୦୨୨ ଅକ୍ଟୋବର ଏବଂ ସେପ୍ଟେମ୍ବର ମାସରେ ୨୦ ହଜାର ଟଙ୍କା ମୋହିନ୍‌ ଅଗ୍ରୱାଲ ନାମକ ମହିଳାଙ୍କ ଆକାଉଣ୍ଟକୁ ପଠାଇଥିଲେ। ସୁଧୀର, ରଞ୍ଜିତ୍‌, ବେଦ ପ୍ରକାଶ, ଗୁରନାମ, ଜୟ ପ୍ରକାଶଙ୍କର ନାଁରେ ବିଭିନ୍ନ ଠକ ଏଜେନ୍ସି ଥିବା ଜଣାପଡ଼ିଥିଲା। ସେମାନେ ପୁରୀ, ଭୁବନେଶ୍ୱର,ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ବାଲାଙ୍ଗୀର ଜିଲ୍ଲାରେ ବୈଠକ କରି ଲୋକଙ୍କୁ ଟଙ୍କା ଲଗାଇବା ପାଇଁ କହି ଠକିଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ କରିଥିବା ଏଜେନ୍ସିରେ ଟଙ୍କା ଲଗାଇବା ପରେ ସେମାନଙ୍କର ୱେବ୍‌ସାଇଟ୍‌ ବନ୍ଦ ହୋଇଯାଇଥିଲା। ପରେ ସେମାନେ ନିଜର ଫୋନ୍‌ ବନ୍ଦକରି ଚମ୍ପଟ ମାରିଥିଲେ। ଭୁବନେଶ୍ୱରରେ ଏହି ରାକେଟ୍‌ରେ ସଂପୃକ୍ତ ଏକାଧିକ ବ୍ୟକ୍ତି ଲୁଚି ରହିଛନ୍ତି। ସେମାନଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ଜାଲ ବିଛାଇଛି।

ଅଧିକ ପଢନ୍ତୁ :ଏହି ୩ଟି ରାଶି ଉପରେ ରହିବ ଶନିଦେବଙ୍କ କୃପା, ଖୁବଶୀଘ୍ର ବଦଳିବ ଏମାନଙ୍କ ଭାଗ୍ୟ

Share this story